ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ। ବର୍ଷା ଓ ବନ୍ୟାରେ ଯାଇଛି ୭୫୯ ଜଣଙ୍କ ଜୀବନ। ସାଇକ୍ଲୋନିକ୍ ଝଡ ଯୋଗୁ ମୋଟ ୧୭୨ ଜଣଙ୍କର ମୃତ୍ୟୁ ଘଟିଛି। ଅତ୍ୟଧିକ ଜାଡ, କୁଆପଥମ ମାଡ, ତୁଷାରପାତ ଯୋଗୁ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ବଜ୍ରପାତ ଯୋଗୁ ଓଡିଶାରେ ୨୧୩ ଜଣଙ୍କର ମୃତ୍ୟୁ ଘଟିଛି। ତା’ପରେ ମଧ୍ୟପ୍ରଦେଶ (୧୫୬), ବିହାର (୮୯), ମହାରାଷ୍ଟ୍ର (୭୬), ପଶ୍ଚିମବଙ୍ଗ (୫୮), ଝାଡଖଣ୍ଡ (୫୪), ଉତ୍ତରପ୍ରଦେଶ (୪୯) ଏବଂ ରାଜସ୍ଥାନ (୪୮) ରହିଛି।
Comments are closed.