ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ଡା. ଇରଫାନ୍ ଅନସାରୀ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ସେ ନିଜର ନିର୍ବାଚନ ମଣ୍ଡଳୀ ଝାରଖଣ୍ଡର ଜାମତାରାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରିବେ ବୋଲି କହିଛନ୍ତି। ଏହି ରାସ୍ତାଗୁଡ଼ିକ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ଠାରୁ ଆହୁରି ଚିକ୍କଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସେ ଏକ ଭିଡିଓରେ ଜାମତାରାଠାରେ ଖୁବ୍ ଶୀଘ୍ର ୧୪ ଟି ବିଶ୍ୱ ସ୍ତରୀୟ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଏହା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଗାଲଠାରୁ ଅଧ୍ୟ ଅଧିକ ଚିକ୍କଣ ହେବ ବୋଲି ସେ କହିଛନ୍ତି।” ଯାହାକୁ ନେଇ ଏବେ ବିଧାୟକଙ୍କ ଅଡୁଆ ବଢିବାରେ ଲାଗିଛି।
Comments are closed.