Latest Odisha News

BREAKING NEWS

ପଥର ଖୋଳିବା ବେଳେ ଖସିଲା ମାଟି ଅତଡା, ୨ ଶ୍ରମିକ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଅଘଟଣ । ବୋରିଗୁମ୍ମା ବ୍ଲକ କଣାଗା ପାହାଡରେ ପଥର ଖୋଳିବା ସମୟରେ ମାଟି ଧସି ହୋଇ ଦୁଇ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ଦୁଇଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଦୁଇ ଜଣ ସମାଜସେବୀ ଭର୍ତି କରିଛନ୍ତି ।

ଦୁଇ ଜଣ ଶ୍ରମିକ ହେଲେ କଣାଗା ଗ୍ରାମର ଭୁମିଆ ସାହିର ତିଳ ଭୁମିଆ ଓ ରାମ କେଶରୀ ବଣୁଆ । ତିଳଙ୍କ ଛାତିରେ ଆଘାତ ହୋଇଥିବା ବେଳେ । ରାମକେଶରୀଙ୍କ ଗୋଡ ଭାଙ୍ଗି ଯାଇଛି । ସୂଚନା ଅନୁସାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.