ନୂଆଦିଲ୍ଲୀ: ଭାରତୀୟ ସେନାର ୭୪ତମ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ପ୍ରଦର୍ଶନ ଯବାନଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ()ଯୁଦ୍ଧ ପୋଷାକ । ନୂଆ ପୋଷାକ ପିନ୍ଧି ଭାରତୀୟ ଯବାନମାନେ ଦିଲ୍ଲୀର କାଣ୍ଟୋନମେଣ୍ଟ ରୋଡ୍ ପ୍ୟାରେଡ୍ ପଡିଆକୁ ଓହ୍ଲାଇଥିଲେ ।
ଗତବର୍ଷ ଡିସେମ୍ବର ମାସରେ ଭାରତୀୟ ସେନାର ପୋଷାକ ବଦଳିବା ନେଇ ଖବର ଚର୍ଚ୍ଚାରେ ରହିଥିଲା । ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ପୋଷାକ ବ୍ରିଟିଶ ସେନାର ପୋଷାକ ସହ ସାମଂଜସ୍ୟ ରଖିଛି ।
#WATCH | Delhi: Indian Army’s Parachute Regiment commandos marching during the Army Day Parade in the new digital combat uniform of the Indian Army. This is the first time that the uniform has been unveiled in public. pic.twitter.com/j9D18kNP8B
— ANI (@ANI) January 15, 2022
ଏହି ନୂତନ ପୋଷାକକୁ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲଜିର ସହଭାଗୀତାରେ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି । ଯୁଦ୍ଧକ୍ଷେତ୍ର ସ୍ଥିତିକୁ ଅନୁଧ୍ୟାନ କରି ଏହି ଆରାମଦାୟକ ପୋଷାକ ପ୍ରସ୍ତୁତ ହୋଇଥିବା ସେନାଧିକାରୀ ପ୍ରକାଶ କରିଛନ୍ତି । ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ଏହି ପୋଷାକ ଯବାନଙ୍କୁ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।
Comments are closed, but trackbacks and pingbacks are open.