Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ

ଭୁବନେଶ୍ବର : ଫକୀର ମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ତରଫରୁ ଆଭାସୀ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ କାନାଡାରୁ ଯୋଗଦେଇଥିବା ସୁନନ୍ଦା ମିଶ୍ର ପଣ୍ଡା ଓ ତନ୍ମୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

BjdElectrycity

ଏହି କାର୍ଯ୍ୟକମରେ ମୌସୁମୀ ଦାସ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ସଂଘମିତ୍ରା ଭଞ୍ଜ, ସାଲେପୁର ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ବୈଜୟନ୍ତୀ ନାୟକ, ଅଧ୍ୟାପିକା ତନ୍ମୟୀ ପଣ୍ଡା, ଶାନ୍ତିନିକେତନର ଛାତ୍ରୀ ନିରୁପମା ପ୍ରଧାନ ଓ ଶୀତଲ ମିଶ୍ର ପ୍ରମୁଖ ଯୋଗଦେଇ ବ୍ୟାସକବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ ଏବଂ ପ୍ରାଚୀତାରା ମିଶ୍ର ଫକୀରମୋହନ ସେନାପତିଙ୍କ ରଚିତ “ପେଟେଣ୍ଟ ମେଡ଼ିସିନ” ଗଳ୍ପର ନାଟକୀୟ କଥନ ପରିବେଷଣ କରିଥିଲେ ।

ଏହି ଅନଲାଇନ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର, ନନ୍ଦିତା ମହାନ୍ତି, ସୁଚେତା ପାତ୍ର, ନବଜ୍ୟୋତି ରାୟ, ଶ୍ରୁତକିତ୍ତୀ ତ୍ରିପାଠୀ ଡିଲେଶ୍ବର ରଣାଙ୍କ ସମେତ ଆହୁରି ଅନେକ ଲେଖକ ଓ ଲେଖିକା, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ସଚିବ ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଫକୀରମୋହନଙ୍କ ଅଣନାତୁଣୀ ତଥା ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ମୋନିକା ଦାସ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଫାଉଣ୍ଡେସନର ଓଡ଼ିଶା ଶାଖାର ମହା ନିର୍ଦ୍ଦେଶିକା ତଥା ବିଶିଷ୍ଟ ଔପନ୍ୟାସିକା ଗାଳ୍ପିକା ଗାଳ୍ପିକା ହିରଣ୍ମୟୀ ମିଶ୍ର ସଂଯୋଜନା କରିଥିଲେ । ବିଶେଷ ଭାବରେ ଫକୀରମୋହନଙ୍କ କବିତାସମୁହକୁ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସ୍ୱାଗତ ଓ ଉଦ୍‌ଯାପନ ସଙ୍ଗୀତ ଭାବରେ ପରିବେଷଣ କରିଥିଲେ । ପରିଶେଷରେ ମୋନିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.