ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି। କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ କୁହାଯାଏ।
ସାଙ୍କଡଦା ଗାଁରେ ୫୦୦ରୁ ଅଧିକ ପାରାଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ପାରାମାନେ ଏହି ଟିଣରେ ତିଆରି ଆଶ୍ରୟ ସ୍ଥଳୀରେ ରହିବା ସହିତ ଏଠାରେ ସେମାନଙ୍କ ଲାଗି ଖାଦ୍ୟ ସାଇତି ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ସାଙ୍କଡଦା ଗାଁରେ ପାରାଙ୍କ ଲାଗି ୧୦୦ ଟି ଘର ଅଛି। ସାପ ,ବିଲେଇଙ୍କ କବଳରୁ ପାରାମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କ ଲାଗି ସ୍ଥାନୀୟ ବାସିନ୍ଦା ଗଛରେ ଆଶ୍ରୟସ୍ଥଳ ତିଆରି କରିଥିଲେ।। ଆଜି ଏହି ପାରାଙ୍କ ଜନସଂଖ୍ୟା ଏହି ଗାଁରେ ରହୁଥିବା ଲୋକଙ୍କ ସଂଖ୍ୟା ସହିତ ପ୍ରାୟ ସମାନ ହୋଇଛି।
ଗ୍ରାମବାସୀ ଧୀରେ ଧୀରେ ପାରାଙ୍କ ଆଶ୍ରୟସ୍ଥଳୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କଲେ। ସେଥିପାଇଁ ଗ୍ରାମବାସୀ ତେଲ ଓ ଘିଅର ଖାଲି ଟିଣ ବିକ୍ରି କରିବା ବଦଳରେ ସେଥିରେ ସେମାନଙ୍କ ଲାଗି ବାସସ୍ଥାନ ତିଆରି କରିବା ଆରମ୍ଭ କଲେ।
Comments are closed.