ନୂଆଦିଲ୍ଲୀ: ଅକ୍ସଫାମ ଇଣ୍ଡିଆର ସଦ୍ୟତମ ରିପୋର୍ଟ ଅନୁଯାୟୀ “ଇନ୍ଇକ୍ବାଲିଟି କିଲ୍ସ’ ପ୍ରକାଶ କରିଛି ଯେ ଭାରତରେ ୮୪ ପ୍ରତିଶତ ପରିବାର ଗୋଟିଏ ବର୍ଷରେ ଆୟ ହ୍ରାସର ସମ୍ମୁଖୀନ ହୋଇଥିବାବେଳେ ବିଲିୟନେୟାରଙ୍କ ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଛି।
ମାର୍ଚ୍ଚ ମାସରେ ଭାରତରେ କୋଟିପତିଙ୍କ ସମ୍ପତ୍ତି ମହାମାରୀ ସମୟରେ ୨୩.୧୪ ଲକ୍ଷ କୋଟିରୁ ୫୩.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟରେ, ୪୬ ନିୟୁତରୁ ଅଧିକ ଭାରତୀୟ ଦାରିଦ୍ର୍ୟର ଶିକାର ହେବେ ବୋଲି ଆକଳନ କରାଯାଇଛି।
ଅକ୍ସଫାମର ରିପୋର୍ଟ ଅନୁଯାୟୀ କୋଭିଡ ମହାମାରୀ ହେତୁ ଆୟରେ ବହୁତ ହ୍ରାସ ଘଟିଛି। ଧନୀ ଏବଂ ଗରିବଙ୍କ ମଧ୍ୟରେ ଭାରତରେ ଇନ୍ଇକ୍ବାଲିଟି ଦେଖିବାକୁ ମିଳିଛି। ଜାନୁଆରୀ ୧୬ରେ ପ୍ରକାଶିତ ଅକ୍ସଫାମର ରିପୋର୍ଟ ଅନୁଯାୟୀ “ଇନ୍ଇକ୍ବାଲିଟି କିଲ୍ସ”ରେ ଜାଣିବାକୁ ମିଳିଛି ଯେ କୋଭିଡ ଭାରତକୁ ଗ୍ରାସ କରିବାରେ ଲାଗିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ୨୦୨୧ ମସିହାରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ଆନୁମାନିକ ସମ୍ପତ୍ତି ୫୭.୩ ଲକ୍ଷ କୋଟିରେ ପହଞ୍ଚିଛି। ଏଥି ସହିତ, ୯୮ ଧନୀ ଭାରତୀୟଙ୍କ ସମ୍ପତ୍ତି ପ୍ରାୟ ୪୯.୨୭ ଲକ୍ଷ କୋଟି ଅଟେ। ଯାହା ନିମ୍ନ ସ୍ତରର ୫୫୨ କୋଟି ଲୋକଙ୍କ ସମ୍ପତ୍ତି ସହିତ ସମାନ।
Comments are closed.