Latest Odisha News

BREAKING NEWS

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ ।

ଏକ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପରିବାରର ସଦସ୍ୟ ଭାବେ ସେ କଥକ ନୃତ୍ୟକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ତାଙ୍କ ପିତା ତଥା କଥକ ନୃତ୍ୟଗୁରୁ ଥିଲେ ଅଚ୍ଚନ ମହାରାଜ । ଦୁଇ ମାମୁ ଶମ୍ଭୁ ମହାରାଜ ଓ ଅଚ୍ଚୁ ମହାରାଜ ବି କଥକ ଜଗତରେ ଖ୍ୟାତିଲାଭ କରିଥିଲେ । ପଣ୍ଡିତ ବିର୍ଜୁ ମହାରାଜ କଥକ ନୃତ୍ୟଗୁରୁ ଥିବା ସହ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ କଣ୍ଠ ସଂଗୀତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିଲେ ।

ବାଲ୍ୟକାଳରୁ ଭାରତୀୟ କଳା କେନ୍ଦ୍ରରେ ଶିକ୍ଷା ଲାଭ କରିଥିଲେ । ସେଠାରେ ସେ କଥକ ନୃତ୍ୟରେ ପାରଦର୍ଶିତା ଲାଭ କରିଥିଲେ । ମାତ୍ର ୭ ବର୍ଷ ବୟସରେ ତାଙ୍କର ସଂଗୀତ ନୈପୁଣ୍ୟ ଓ କଣ୍ଠସଂଗୀତ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଦିଲ୍ଲୀରେ କଳାଶ୍ରମ ପ୍ରତିଷ୍ଠା କରି ଶହ ଶହ ନବାଗତଙ୍କୁ କଥକ ନୃତ୍ୟ ତାଲିମ ହେଇଥିଲେ ।

ସେ ପଦ୍ମବିଭୂଷଣ, ସଂଗୀତ ନାଟକ ଏକାଡେମି, ନୃତ୍ୟ ଚୂଡାମଣି ସମ୍ମାନ, କାଳିଦାସ ସମ୍ମାନ, ଲତା ମଙ୍ଗସେକର ପୁରସ୍କାର, ଭାରତ ମୁନି ସମ୍ମାନ ଆଦି ଲାଭ କରିଥିଲେ ।

ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି ।

Comments are closed.