କନ୍ଧମାଳ : ଗାଁ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୀର୍ଘ ବର୍ଷର ବିବାଦ ଆଜି ଉଗ୍ରରୂପ ନେଇଛି । ଫଳରେ ବାଲିସୁଗା ଓ ମାଦିନାଟ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଗୋଷ୍ଠୀ ସଂଘର୍ଷରେ ମାଦିନାଟ ଗ୍ରାମର ଜଣେ ବ୍ୟକ୍ତିଙ୍କ ସମେତ ୨ ଜଣ ମହିଳା ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ବାଲିଗୁଡ଼ା ପୋଲିସ ଉପସ୍ଥିତିରେ ବାଲିଗୁଡ଼ା ତହସିଲ ପକ୍ଷରୁ ଉଭୟ ଗ୍ରାମର ସୀମା ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ବାଲିସୁଗା ଗ୍ରାମବାସୀ ମାଦିନାଟ ଗ୍ରାମ ମଧ୍ୟରେ ଘର କରୁଥିବା ବେଳେ, ମାଦିନାଟ ଗ୍ରାମବାସୀ ବିରୋଧ କରିବାରୁ ଆଜି ଏଭଳି ପରିସ୍ଥିତି ଘଟିଥିଲା । ସେପଟେ ଏହା ଆମ ପୂର୍ବ ପୁରୁଷଙ୍କ ଜମି । ବହୁ ବର୍ଷ ଧରି ଆମେ ଏହି ଜମିରେ ଚାଷବାସ କରି ଜୀବିକା ନିର୍ବାହ କରିଆସୁଛୁ । ଘଟଣାକୁ ନେଇ ବହୁବାର ଥାନାର ଦ୍ବାରସ୍ଥ ହୋଇଛୁ ହେଲେ ସମସ୍ୟାର ସମାଧାନ ହେଉନାହିଁ ବୋଲି କହିଛନ୍ତି ବାଲିସୁଗା ଗ୍ରାମବାସୀ ।
Comments are closed.