Latest Odisha News

BREAKING NEWS

କରୋନା କଟକଣାରେ ନିର୍ବାଚନ, ଏଥର ଗୀତରେଗୀତରେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ଚଳିତ ଥର ନିର୍ବାଚନୀ ପ୍ରଚାର ଟିକେ ଅଲଗା ପ୍ରକାର । ଗୀତରେ ଗୀତରେ ଚାଲିଛି ନିର୍ବାଚନ ପ୍ରଚାର । ପଞ୍ଚାୟତ ନିର୍ବାଚନକୁ ନେଇ ଜୋର ଧରିଛି ଗୀତ ରେକଡିଂ । ବିଭିନ୍ନ ପ୍ରକାରର ହିଟ୍ ଗୀତ ମାଧ୍ୟମରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଷ୍ଟୁଡିଓରେ ଚାଲିଛି ଗୀତ ରେକଡିଂ ।

ଚଳିତ ଥର କୋଭିଡ କଟକଣା ପାଇଁ ଡିଜିଟାଲ ପ୍ରଚାର କରାଯିବ । ତେଣୁ ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାମ୍ପେନିଂ ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି । କରୋନା କଟକଣାକୁ ଏଡାଇବା ପାଇଁ ଡିଜିଟାଲ କ୍ୟାମ୍ପେନିଂରେ ବେଶ ସହାୟକ ହେଉଛି ହିଟ୍ ନିର୍ବାଚନୀ ଗୀତ । ସେଥିପାଇଁ ପ୍ରାର୍ଥୀମାନେ ଗୀତ ମାଧ୍ୟମରେ ନିଜ ନାଁ, ପଞ୍ଚାୟତ ଏବଂ କେଉଁ ପଦବୀ ପାଇଁ ଲଢୁଛନ୍ତି ଏସବୁର ପ୍ରଚାର ପାଇଁ ଷ୍ଟୁଡିଓରେ ଗୀତ ରେକଡିଂକୁ ଗୁରୁତ୍ୱ ଦେଉଛନ୍ତି ।

ଯେଉଁଭଳି ଭୋଟରମାନଙ୍କ ସହିତ ସମ୍ପର୍କ ଯୋଡି ହେବ ସେଥିପାଇଁ ମଧ୍ୟ ପ୍ରାର୍ଥୀମାନେ ଗୁରୁତ୍ୱ ଦେଉଛନ୍ତି । ପଶ୍ଚିମ ଓଡ଼ିଶା ପାଇଁ ସମ୍ବଲପୁରୀ ଗୀତ ଦକ୍ଷିଣ ଓଡ଼ିଶା ପାଇଁ କୋରାପୁଟିଆ ଦେଶୀ ଗୀତ ପ୍ରସ୍ତୁତ ହେଉଛି । ଗୀତର ମଝିରେ ମଝିରେ ରହିଛି ପ୍ରାର୍ଥିଙ୍କ ନାଁକୁ ନେଇ ସ୍ୱତନ୍ତ୍ର ନାରା ।

Comments are closed, but trackbacks and pingbacks are open.