Latest Odisha News

BREAKING NEWS

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି ।

ଦିଲ୍ଲୀର ଏକ କମ୍ପାନୀକୁ ମନୋଜ ଠକେଇ କରି ଭୁବନେଶ୍ୱରର ଧଉଳୀ ଅଞ୍ଚଳରେ ଆତ୍ମଗୋପନ କରିଥିଲା । ଏହି ଅଭିଯୋଗରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ମନୋଜ ବିରୋଧରେ ମାମଲା ରୁଜୁ କରିଥିଲା । ଆଜି ଅଭିଯୁକ୍ତ ମନୋଜକୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯାଇଛି । ପରେ ଅଭିଯୁକ୍ତକୁ ରିମାଣ୍ଡରେ ଦିଲ୍ଲୀ ନିଆଯିବ ବୋଲି ଜଣା ପଡ଼ିଛି ।

Comments are closed, but trackbacks and pingbacks are open.