ନୂଆଦିଲ୍ଲୀ : ଅବସର ନେଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନାର ଉପମୁଖ୍ୟ ଭାବେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଭାର ସମ୍ଭାଳିବା ପରେ ସେ କାର୍ଯ୍ୟକ୍ଷେତ୍ରରୁ ଅବସର ନେଇଛନ୍ତି । ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତବର୍ଷ ଫେବ୍ରୁଆରୀ ୧ ତାରିଖରେ ସେ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ।
ଡେରାଡୁନସ୍ଥିତ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜ, ଖଦାଓ୍ବାସଲାସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ ଓ ଡେରାଡୁନସ୍ଥିତ ଭାରତୀୟ ସାମରିକ ଏକାଡେମୀରୁ ପ୍ରଶିକ୍ଷଣ ନେଇଥିବା ଚଣ୍ଡୀପ୍ରସାଦ ବିଭିନ୍ନ ସମୟରେ ସେନାର ଗୁରୁଦାୟିତ୍ବ ସମ୍ଭାଳି ଆସିଛନ୍ତି । ସେ ଗତ ୧୯୮୨ ଜୁନ ୧୨ ତାରିଖରେ ରାଜପୁତ ରେଜିମେଣ୍ଟରୁ କାର୍ଯ୍ୟ ଆରମ୍ଭ କରିଥିଲେ । ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ କରିବା ସହ ଜଟିଳ ସ୍ଥିତିର ମୁକାବିଲା କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିଛନ୍ତି । ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଓ ଉତ୍ତର ପୂର୍ବାଞ୍ଚଳରେ ସେ ନିଜର ନିଷ୍ଠା ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୪୦ ବର୍ଷ ପରେ ସେ ଆଜି ଅବସର ନେଇଛନ୍ତି ।
Comments are closed.