ପଶ୍ଚିମବଙ୍ଗ: କରୋନା ଗ୍ରଫ୍ ଖସୁଥିବାରୁ ଆସନ୍ତ ଫେବ୍ରୁଆରୀ ୩ରୁ ଅଷ୍ଟମରୁ ଦ୍ୱାଦଶ ମଧ୍ୟରେ ସ୍କୁଲ ଖୋଲିବ । ଏହା ସହିତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଫିଜିକାଲ କ୍ଲାସ ହେବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ଘୋଷଣା କରିଛନ୍ତି । ସେହିପରି ରାଜ୍ୟରେ ଲାଗିଥିବା କିଛି କଟକଣାକୁ କୋହଳ କରାଯିବ ବୋଲି ସେ କହିଛନ୍ତି ।
ଏହା ସହିତ ଘରୋଇ ଅଫିସରେ ୫୦ରୁ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହୋଇପାରିବ । ସେହିପରି ରେଷ୍ଟୁରାଈ୍ଟ, ବାର୍ ଏବଂ ସିନେମା ହଲକୁ ୭୫ ପ୍ରତିଶତ କ୍ଷମତାରେ ଚଳାଇବାକୁ ମଧ୍ୟ ଘୋଷଣା କରାଯାଇଛି ।
Comments are closed.