ଭୁବନେଶ୍ୱର: ଦିନକ ପରେ ସରସ୍ୱତୀ ପୂଜା । ମୂର୍ତ୍ତି ନିର୍ମାଣରେ ନିମଗକନ କାରିଗର । ଦେବୀ ସରସ୍ୱତୀଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୂର୍ତ୍ତି କିପରି ସୁନ୍ଦର ଓ ମନଲୋଭା ହେବ ସେଥିପାଇଁ ଚେଷ୍ଟା କରୁଛନ୍ତି କାରିଗର । ଏହାରି ଭିତରେ ମା ସରସ୍ୱତୀଙ୍କ ମୂର୍ତ୍ତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ହେଲେ ଆଗଭଳି ରୋଜଗାର ହେଉନି ମୂର୍ତ୍ତି କାରିଗରଙ୍କର । କରୋନା ସବୁ ଶେଷ କରି ଦେଇଛି । ପ୍ରତିବର୍ଷ ଭଳି ରହିଛି ଉତ୍ସବ କିନ୍ତୁ ନାହିଁ ଉତ୍ସାହ । କାହିଁକି ନା ଏଥର ବି କରୋନା କଟକଣାରେ ପାଳନ ହେବ ସରସ୍ୱତୀ ପୂଜା ।
ସ୍କୁଲ କଲେଜରେ ମା’ଙ୍କ ଆରାଧନା ପାଇଁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏବେ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ହୋଇପାରିବ। ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ସରସ୍ବତୀ ପୂଜା ଆୟୋଜନ ହେବ। ହେଲେ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜା ହୋଇପାରିବନି । ଶ୍ରଦ୍ଧାଳୁମାନେ ନିଜ ଘରେ ପୂଜା କରିବାକୁ କୁହାଯାଇଛି ।
Comments are closed.