ନୂଆଦିଲ୍ଲୀ : କରୋନା ସଂକ୍ରମିତ ହେଲେ ଜୟା ବଚ୍ଚନ ।୨୦୨୦ ତାଙ୍କ ସ୍ୱାମୀ ଅଭିତାଭ୍ ବଚ୍ଚନ ,ବୋହୁ ଐଶ୍ୱର୍ଯ୍ୟା, ପୁଅ ଅଭିଶେଖ ବଚ୍ଚନ କରୋନ।ସଂକ୍ରମିତ ହୋଇଥିବା ବେଳେ ଗୁରବାର ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ କରନ ଜୋହରଙ୍କ ଅପକମିଂ ମଲଟି ଷ୍ଟାର ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ ଫିଲ୍ମ ସିୁଟିଂ ବନ୍ଦ ରହିଛି ।
ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଜୟା ବଚ୍ଚନ ଓ ଶବାନା ଆଜମୀଙ୍କୁ ଦେଖିବାକୁ ପାଇବେ । ଦିଲ୍ଲୀରେ ଏହି ଫିଲ୍ମର ସୁଟିଂ ଚାଲିଥିଲା । ପ୍ରଥମେ ସବାନୀ ଆଜମୀ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଫିଲ୍ମ ସୁଟିଂ ବନ୍ଦ ରଖାଯାଇଥିଲା। ହେଲେ ଗୁରବାର ଜୟା ବଚ୍ଚନ ପଜିଟିଭ୍ ହେବା ପରେ କରଣ ଜୋହର ବର୍ତ୍ତମାନ ଫିଲ୍ମ ସୁଟିଂକୁ ସ୍ଥଗିତ ରଖିଛନ୍ତି ।
ସୂଚନା ଅନୁସାରେ କରନ ଜୋହରଙ୍କ ଏହି ମୁଭିରେ ଧର୍ମେନ୍ଦ୍ର ,ଜୟା ବଚ୍ଚନ, ଶବାନା ଆଜମୀ , ଆଲିଆ ଭଟ୍ଟ, ରଣବୀର ସିଂ ପ୍ରମୁଖ ଷ୍ଟାର କାଷ୍ଟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ସୁଟିଂ ଫେବୃଆରୀ ୧୪ରେ ସରିବା ପାଇଁ ନିଷ୍ପତ୍ତି ହୋଇଥିଲା। ।ହେଲେ ଜୟା ଭଲ ହେବା ପରେ ସୁଟିଂ ପୁଣି ଥରେ କରାଯିବ ବୋଲି ଜଣାପଡିଛି ।
Comments are closed.