Latest Odisha News

BREAKING NEWS

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ ।

ମହାରାଷ୍ଟ୍ର ପୁଣେରେ ଏହି ଘଟଣା ସାମ୍ନାକୁ ଆସିଥିଲେ ହେଁ ବ୍ୟକ୍ତି ଜଣକ ଗୁଜରାଟର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ ବ୍ୟବସାୟୀଙ୍କ କମ୍ପାନୀର ଡାଇରେକ୍ଟର ଭାବେ ତାଙ୍କ ସ୍ତ୍ରୀ ଅବସ୍ଥାପିତ । ସ୍ୱାମୀଙ୍କ ଉପରେ ସନ୍ଦେହ ଉପୁଜିବାରୁ ସେ ତାଙ୍କ କାରରେ ଜିପିଏସ୍ ଟ୍ରାକର୍ ଲଗାଇଥିଲେ । ଯାହାକୁ ଫଲୋ କରି ମହିଳା ଜଣକ ନିଜ ସ୍ୱାମୀର କାରନାମା ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଥିଲେ ।

ବ୍ୟବସାୟୀ ଜଣକ ବିଜନେସ୍ ଟ୍ରିପରେ ବେଙ୍ଗାଳୁରୁକୁ ଯାଉଥିବା ନେଇ ନିଜ ସ୍ତ୍ରୀଙ୍କୁ ଜଣାଇଥିଲେ । ହେଲେ ଜିପିଏସ୍ ଟ୍ରାକର୍ କିନ୍ତୁ ଗାଡିର ଲୋକେସନ୍ ପୁଣେ ଦେଖାଇଥିଲା । ଫଳରେ ବ୍ୟବସାୟୀ ସ୍ତ୍ରୀ ପୁଣେ ସ୍ଥିତ ହୋଟେଲରେ ପହଂଚିଥିଲେ । ପଚରାଉଚରା ତଥା ସିସିଟିଭି ଯାଂଚରେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ ମହିଳା ହୋଟଲରେ ରହିଥିବା ଜଣାପଡିଥିଲା ।

ତେବେ ସବୁଠୁ ଚକିତକର ଘଟଣା ହେଉଛି ଅନ୍ୟ ଜଣେ ମହିଳାଙ୍କ ସହ ହୋଟଲରେ ରାତି ବିତାଇବା ପାଇଁ ବ୍ୟବସାୟୀ ଜଣକ ନିଜ ସ୍ତ୍ରୀର ଆଧାର କାର୍ଡ ବ୍ୟବହାର କରିଥିଲେ । ଏହି ଘଟଣାକୁ ନେଇ ହିଂଜୱାଡି ଥାନାରେ ମାମଲା ଦାୟର ହୋଇଥିଲାବେଳେ ଉଭୟ ବ୍ୟବସାୟୀ ଓ ତାଙ୍କ ପ୍ରେମିକା ଫେରାର୍ ଥିବା ଜଣାପଡିଛି ।

Comments are closed, but trackbacks and pingbacks are open.