Latest Odisha News

BREAKING NEWS

[ଭିଡିଓ] ଭୁବନେଶ୍ୱର ସାଲିଆ ସାହିରେ ହାଣ୍ଡିଆ ହାଣ୍ଡି ଭାଙ୍ଗିଲା ପୋଲିସ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ସାଲିଆ ସାହିରେ କମିଶନରେଟ୍ ପୋଲିସ ଚଢାଉ କରି ହାଣ୍ଡିଆ ହାଣ୍ଡି ଭାଙ୍ଗିଛି । ହଜାର ହଜାର ଲିଟର ଦେଶୀ ମଦ ପଷ୍ଟ କରିବା ସହ ହାଣ୍ଡିଆକୁ ମଧ୍ୟ ନଷ୍ଟ କରିଛି କମିଶନରେଟ୍ ପୋଲିସ । ଏହି ଚଢାଉରେ ସାମିଲ ଥିଲେ ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ପୋଲିସ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ।

ମଦ ତିଆରିରେ ବ୍ୟବହୃତ ୩ ଟ୍ରକ୍ ସିଲଭର ହାଣ୍ଡି, ପତଲାଷ୍ଟିକ ବାଲ୍ଟିକୁ ପୋଲିସ ଭାଙ୍ଗିବା ସହ ୧୫ରୁ ଅଧିକ ଦେଶୀ ମଦ କାରଖାନା ଠାବ କରିଛି । ଏହି ମାମଲାରେ ୫ରୁ ଅଧିକ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Comments are closed.