Latest Odisha News

BREAKING NEWS

ଅନୁଷ୍ଠିତ ହେବ ଖଣ୍ଡଗିରି ମେଳା, ହେବନି ଅପେରା, ଖୋଲିବି ଦୋକାନ

ଭୁବନେଶ୍ୱର: ବିନା ଲୋକରେ ବିନା ଅପେରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିରରେ ନୀତିକାନ୍ତି ହେବ । ଏହା ସହିତ ମେଳାରେ କୌଣସି ଦୋକାନ ମଧ୍ୟ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ ।

କରୋନା କାରଣରୁ ଗତ କିଛି ବର୍ଷ ହେଲା ଖଣ୍ଡଗିରି ମେଳା ଅନୁଷ୍ଠିତ ହେଉନାହିଁ । ଚଳିତ ବର୍ଷ କିନ୍ତୁ ଏହାକୁ କୋଭିଡ୍ କଟକଣାରେ ପାଳନ ହେବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ବିଏମସି ଏହି କଟକଣା ଜାରି କରିବା ସହିତ କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ ସହିତ ଖଣ୍ଡଗିରି ମାଘ ସପ୍ତମୀ ମେଳା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛି ।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମୁଛି, ହେଲେ ମୃତ୍ୟୁ ସଂଖ୍ୟା କମୁନାହିଁ । ତେଣୁ ଏଭଳି ସ୍ଥିତିରେ ଏତେ ବଡ ମେଳା ଆୟୋଜନ ଓ ଲୋକ ଏକଜୁଟ୍ ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହାକୁ ଆଖି ଆଗରେ ରଖି ବିଏମସି ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

Comments are closed.