Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗ : ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଯାଜପୁର : ଭୋଟ ଦେବା ପାଇଁ ପ୍ରଲୋଭିତ କରିବା ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପଡିଲା ମହଙ୍ଗା ।ଏହି ଘଟଣାକୁ ନେଇ ବିଂଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।।ରାଜ୍ୟ ନିର୍ବାଚନ କମିଶନ ଏହି ଘଟଣାର ତଦନ୍ତ କରିବାକୁ ଯାଇ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅନୁସାରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ବିଂଝାରପୁର ବିଂଝାରପୁର ନିର୍ବାଚନ ଅଧିକାରୀ ତଥା ବିଇଓଙ୍କ ଜରିଆରେ ଶ୍ରୀମତି ମଲ୍ଲିକଙ୍କୁ ନୋଟିସ ଜାରି କରିଛନ୍ତି । ଏହାର ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ବିଂଝାରପୁରରେ ବିଧାୟିକା ପ୍ରମିଳା ମଲ୍ଲିକ ବିଂଝାରପୁରରେ ଥାନା ଅଳକୁଣ୍ଡ ଅଞ୍ଚଳରେ ଆୟୋଜିତ ଏକ ସଭାରେ ପ୍ରମିଳା ମଲ୍ଲିକ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଅନ୍ୟଦଳ ପ୍ରାର୍ଥୀଙ୍କୁ ଭୋଟ ଦେଲେ । ବାର୍ଦ୍ଦକ୍ୟ ଭତ୍ତା , ରାସନ କାର୍ଡ ,ଆଧାର କାର୍ଡ ବିଷୟରେ ମତେ ପଚାରିବ ନାହିଁ ବୋଲି ଲୋକ ମାନଙ୍କୁ ସିଧାସିଧା କହିଥିଲେ ପ୍ରମିଳା ମଲ୍ଲିକ ।

ଏହି ଭିଡିଟି ବେଶ୍ ଭାଇରାଲ୍ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖି ପ୍ରମିଳା ମଲ୍ଲିକ ତାଙ୍କର କୌଣସି ଭୁଲ୍ ନାହିଁ ବୋଲି କହିଥିଲେ । ପ୍ରମିଳା ଏଠାରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ପରେ ଏହି ଘଟଣାକୁ ନେଇ ପ୍ରମିଳାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Comments are closed.