Latest Odisha News

BREAKING NEWS

ଫେବ୍ରୁଆରୀ ୧୪ ତାରିଖ…ପୁଲୱାମା ପ୍ରତିଶୋଧର କାହାଣୀ

ଭୁବନେଶ୍ୱର: ଫେବ୍ରୁଆରୀ ୧୪ ତାରିଖ… …ଏହି ଲୋମଟାଙ୍କୁରା କଳା ଦିନକୁ କେହି ବା କେମିତି ଭୁଲି ପାରିବ। ଆଜିର ଦିନରେ ଜମ୍ମୁକାଶ୍ମୀର ଶ୍ରୀନରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଚାଲିଯାଇଥିଲା ୪୦ ବୀର ଯବାନଙ୍କ ଜୀବନ । ଆଉ ମାତ୍ର ୧୨ଦିନ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା ।ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିଲେ ରଖାଯାଇଥିଲା ୩ଶହ କିଲୋର ବସ୍ପୋଟକ । ଆଉ ସୁଯୋଗ ପାଇବା ମାତ୍ରେ ୩ଶହ କିଲୋର ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିରେ କାରକୁ ମାଡ କରିଥିଲେ ଆତଙ୍କବାଦୀ ।ଆଖି ପିଛୁଳାକେ ଚାରିଆଡେ ବିସ୍ଫୋରଣ ସହିତ ଧୂଆଁମୟ ହୋଇଗଲା।  ଶବ୍ଦ ଏତେ ତୀବ୍ର ଥିଲାଯେ, ଲାଗିଲା ସତେକି ଭୁମିକମ୍ପ ହେଉଛି । ଆଉ ଯେତେବେଳେ କଳା ବାଦଲ ହଟିଲା ସେତେବେଳକୁ ଭାରତୀୟ ବୀର ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ବିଛାଡି ହୋଇ ପଡିଥିଲା । ଭାରତ ମାତାର ୪୦ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିଲା ।ପୁଲୱାମା ଆକ୍ରମଣକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଷ ଭରିହୋଇ ରହିଥିଲା । ଦେଶାସାରା ପାକିସ୍ତାନ ଓ ଆତଙ୍କବାଦୀ ବିରୋଧୀ ନାରା ଶୁଣିବାକୁ ଓ ଦେଖିବାକୁ ମିଳିଥିଲା । ଠିକ୍ ଏହାର ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବ୍ରୁଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା ।ପାଖାପାଖି ରାତି ୩ଟାରେ ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ପାଇଟର ଜେଟ୍ ଏଲଓସିକୁ ପାର କରି ବାଲାକୋଟ ସ୍ଥିତ ଜୈସ୍-ଏ-ମହମ୍ମଦର ଠିକଣା ଉପରକୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଆଉ ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩ ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନାରୁ ଜଣାପଡିଥିଲା ।

ଏୟାରଷ୍ଟ୍ରାଇକରେ ପ୍ରାୟ ଏକ ହଜାର କିଲୋର ବମ୍ ଆତଙ୍କବାଦୀ ଠିକଣା ଉପରେ ପକାଯାଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ଶହ ଶହ ଆତଙ୍କବାଦି ନିପାତ ହୋଇଥିଲେ ।

Comments are closed, but trackbacks and pingbacks are open.