Latest Odisha News

BREAKING NEWS

ଗଗନେନ୍ଦ୍ର ନାଥ ଦାଶଙ୍କ ଇଂରାଜୀ ପୁସ୍ତକ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପ୍ରଫୁଲ୍ଲ’ ଦ୍ୱାରା ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମୀକ୍ଷକ ଗଗନେନ୍ଦ୍ର ନାଥ ଦାଶଙ୍କ ରଚିତ ‘ମେଡିଆଭାଲ୍ ଲିଟେରଚର୍ ଆଣ୍ଡ୍ ଟ୍ରାଡିସନ୍ସ : ନିଉ ପ୍ରସ୍ପେଟିଭସ୍’ ନାମକ ଇଂରାଜୀ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକରେ ମଧ୍ୟଯୁଗୀୟ ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ବିସ୍ତୃତ ଓ ନୂତନ ଭାବରେ ଚର୍ଚ୍ଚା କରାଯାଇଛି ।

ତିନୋଟି ଭାଗରେ ବିଭକ୍ତ ହୋଇଥିବା ଏହି ପୁସ୍ତକର ପ୍ରତ୍ୟେକ ଭାଗରେ ଦୁଇଟି ପ୍ରବନ୍ଧ ରହିଛି । ଏଥିରେ ସ୍ଥାନିତ ୬ଟି ଦୀର୍ଘ ପ୍ରବନ୍ଧରେ ଜୟଦେବଙ୍କ ଗୀତଗୋବିନ୍ଦ, ଜଗନ୍ନାଥ ଦାସଙ୍କ ଭାଗବତ ଓ ସୋମବଂଶୀ ନରପତି ଯଯାତି କେଶରୀଙ୍କ ପ୍ରସଙ୍ଗଙ୍କୁ ବିଶଦ ଭାବରେ ଆଲୋଚନା କରାଯାଇଛି । ଏହି ପୁସ୍ତକ ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିବା ସହ ଗବେଷକଙ୍କୁ ଅନେକ ଉପାଦେୟ ତଥ୍ୟ ଯୋଗାଇବ ବୋଲି ପ୍ରକାଶନୀ ସଂସ୍ଥା ପକ୍ଷରୁ କୁହାଯାଇଛି

Comments are closed, but trackbacks and pingbacks are open.