Latest Odisha News

କୃଷ୍ଣ ପ୍ରସାଦ ମିଶ୍ରଙ୍କ ରଚନାରେ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ କୃଷ୍ଣ ପ୍ରସାଦ ମିଶ୍ରଙ୍କର ୨୮ତମ ସ୍ମୃତି ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାପାତ୍ର ଏବଂ ଗଣେଶ ପ୍ରସାଦ ଦାସ ଯୋଗ ଦେଇଥିଲେ। ସ୍ୱର୍ଗତଃ ମିଶ୍ରଙ୍କ ରଚନାରେ ସାମାଜିକ ସମସ୍ୟା ସହିତ ଶାଶ୍ୱତ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ ଏବଂ ସବୁବେଳେ ସମାଜ ପ୍ରତି ଏକ ଗଠନ ମୂଳକ ବାର୍ତ୍ତା ରହିଥାଏ ବୋଲି ଅତିଥିମାନେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିରାଜ ମୋହନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଲକ୍ଷ୍ମଣ ପାତ୍ର ସଂଯୋଜନା କରିଥିଲେ ଏବଂ ସ୍ୱର୍ଗତଃ ମିଶ୍ରଙ୍କ ପୁତ୍ର ସିଦ୍ଧାର୍ଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.