Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମସୁରୀରେ ରହସ୍ୟମୟ ଆଲିଶାନ୍ ‘ସେଭୋୟେ’ ହୋଟେଲ

ଭୁବନେଶ୍ୱର : ଆମ ଚାରିପାଖେ ବହୁତ ସ୍ଥାନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । କିଛି ମନଲୋଭା ପରିବେଶ ଥିବା ବେଳେ କିଛି ମୁହୁର୍ତ୍ତ ଶାନ୍ତି ପାଇଁ ସେହି ସ୍ଥାନରେ ସମୟ ବିତାଇବାକୁ କିଏ ବା ନ ଚାହେଁ। ହେଲେ ଏମିତିକି କିଛି ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି । ଯାହା ଆଖିଲୋଭା ହେଲେ ବି ବଡ଼ ରହସ୍ୟମୟ ସେହି ସ୍ଥାନ।ଆପଣ ମାନେ ଶୁଣିଥିବେ ସବୁଠୁ ସୁନ୍ଦରତମ ଏକ ସ୍ଥାନ ମସୁରୀର ନାଁ। ତାର ସୁନ୍ଦରତା ଯେତେ କହିଲେ ବି କମ୍ ପଡ଼ିବ। ପ୍ରାୟ ଲୋକ ଛୁଟି କଟାଇବାକୁ ସେହି ଉତ୍ତରାଖଣ୍ଡର ମସୁରୀ ଦଉଡିଯାନ୍ତି। ହେଲେ ପାହାଡରାଣୀ ମସୁରୀରେ କିଛି ଏମିତି ରହସ୍ୟ ରହିଛି । ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଥିରେ କଣ ରହିଛି ସତ୍ୟତା। ତାହା କାହାକୁ ବି ଜଣା ନାହିଁ।ମସୁରୀରେ ସେଭୋୟେ ହୋଟେଲ। ଯେଉଁଠି ରହସ୍ୟ ହିଁ ରହସ୍ୟ। ଲୋକଙ୍କ କହିବା ଅନୁସାରେ ଏଠାରେ ଅଛନ୍ତି ଅନେକ ପ୍ରେତଆତ୍ମା। ଆଉ ସେମାନେ ହିଁ ବାହାରୁ ଆସୁଥିବା ଟୁରିଷ୍ଟ ମାନଙ୍କୁ ସ୍ୱାଗତ କରିଥାନ୍ତି । ୧୮୯୦ରେ ଇଂଲଣ୍ଡର ଜଣେ ବ୍ୟକ୍ତି ଏହି ହୋଟେଲକୁ କିଣିଥିଲେ। ୧୯୦୨ରେ ନାଁ ବଦଳାଇ ସେଭୋୟେ ନାଁ କରଣ କରାଗଲା।୧୨୧ ରୁମ୍ ଥିବା ବେଳେ ଆଲିଶାନ୍ ପାର୍କ ସହ ରାଜକୀୟ ଢାଞ୍ଚାରେ ସବୁକିଛି କରାଯାଇଛି। ଭିତରେ ସୁନ୍ଦର ମହଲ କରାଯାଇ ସାଜସଜା ବି ଆଖି ଝଲସା। ଟୁରିଷ୍ଟଙ୍କ ପ୍ରୟତମ ପସନ୍ଦ ଥିବା ଏହି ହୋଟେଲ କିନ୍ତୁ ଏବେ ଲୋକେ ଯିବାକୁ ଭୟ କରନ୍ତି।
ରାତିରେ ତ ଦୂର କଥା ଦିନରେ ବି ଏଠାରେ ଚଳପ୍ରଚଳ କରିବାକୁ କାହାର ସାହସ ବି ନାହିଁ।ଏହି ହୋଟେଲ ଭିତରୁ ଅଜବ ଅଜବ ଶଦ୍ଦ ଶୁଣିବାକୁ ମିଳେ। କିଛି ଲୋକ ଏଠାରେ ଜଣେ ମହିଳାଙ୍କୁ ଯିବା ଆସିବା କରିବାର ମଧ୍ୟ ଦେଖିଛନ୍ତି।
ଲୋକଙ୍କ କହିବା ଅନୁସାରେ ହୋଟେଲରେ ଜଣେ ମହିଳାଙ୍କର ହତ୍ୟା କରାଯାଇଥିଲା। ଦୁଇ ଦିନରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲେ ବି ତାହା ସମ୍ପୁର୍ଣ୍ଣ ତାଜା ଥିଲା। ହେଲେ ହଠାତ୍ ତାହା କେଉଁଆଡେ ଗାୟବ ହୋଇଯାଇଥିଲା। ତାର କିଛି ଦିନ ପରେ ବି ଲଗାତର ଭାବେ ସେଠାରେ ବହୁତ ଲୋକଙ୍କୁ ହତ୍ୟା କରାଯାଇଥିଲା।

ତେବେ ଏହି ସିରିଏଲ କିଲର କିଏ? ଗୋଟିଏ ପରେ ଗୋଟିଏ ହତ୍ୟା କାଣ୍ଡ ଘଟିବାର ରହସ୍ୟ କଣ ?ମୃତ ମହିଳାଙ୍କ ଆତ୍ମା କଣ ସତରେ ପ୍ରତିଶେଧ ନେବାକୁ କରୁଛି ହତ୍ୟା ? ନା ଏଥିରେ ରହିଛି ଆଉ କିଛି ରହସ୍ୟ ?

Comments are closed.