Latest Odisha News

BREAKING NEWS

ମ୍ୟାଟ୍ରିକ୍ ପରୀକ୍ଷା ଫଳ: ବାଜି ମାରିନେଲେ ଝିଅ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥର ମୋଟ୍ ପାସ୍ ହାର ୭୦.୭୮ ପ୍ରତିଶତ ରହିଥିବାନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଏହି ପାସହାର୍ ସର୍ବମୋଟ୍ ୭୬.୨୩% ରହିଥିଲା ।

ଶ୍ରୀଯୁକ୍ତ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷ ସମୁଦାୟ ୫,୮୭,୭୮୦ ଛାତ୍ରଛାତ୍ରୀ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଚଳିତବର୍ଷ ପୁଅଙ୍କ ତୁଳନାରେ ଝିଅମାନେ ବାଜିମାତ୍ କରିଛନ୍ତି । ଉତ୍ତିର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି।

“ପରୀକ୍ଷା ଫଳ ଦୁଇଟି ୱେବସାଇଟ ମାଧ୍ୟମରେ ମଧ୍ୟ ପ୍ରକାଶିତ ହେବ, ସେହି ଦୁଇଟି ୱେବସାଇଟ ଗୁଡ଼ିକ ହେଲା – www.bseodisha.nic.in ଏବଂ www.bseodisha.ac.in ” ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ସ୍ଥାନଗୁଡ଼ିକରେ ଇଣ୍ଟରନେଟ୍ ସେବାର ଉପଲବ୍ଧ ନାହିଁ ସେହି ସ୍ଥାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ OR10 <ROLL NO> ଏସଏମଏସ କୁ ୫୬୭୬୭୫୦ କୁ ପଠାଇ ନିଜର ପରୀକ୍ଷାଫଳ ଜାଣିପାରିବେ ।

ଏହା ବ୍ୟତୀତ, ବୋର୍ଡ଼ ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ଉପଲବ୍ଧ ରହିବ, ସେହି ଫୋନ ନମ୍ବର ଗୁଡ଼ିକ ହେଲା – ୦୬୭୧-୨୪୧୨୦୫୯/୨୪୧୨୦୬୦ । ଏହି ହେଲ୍ପଲାଇନ ନମ୍ବର ଦ୍ୱାରା ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ପରୀକ୍ଷା ଫଳାଫଳ ସମ୍ପର୍କୀୟ ଅଭିଯୋଗ କରି ପାରିବେ ।

Leave A Reply

Your email address will not be published.