Latest Odisha News

BREAKING NEWS

ଗିରଫ ହୋଇ ପାରନ୍ତି ସମୀର ୱାଙ୍ଖେଡ

ମୁମ୍ବାଇ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ତାଙ୍କ ନାମରେ ଜାଲିଆତି ଅଭିଯୋଗ ଆସିଛି । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ ଜେଲ ଯିବା ଆଶଙ୍କାକୁ ଏଡାଇ ଦେଇ ହେବନି । ୧୯୯୬-୯୭ରେ ଥାଣେର ସଦଗୁରୁ ହୋଟେଲ ଏବଂ ବାର ଲାଇସେନ୍ସ ପାଇଁ ସେ ଷ୍ଟାମ୍ପ ପେପରରେ ନିଜ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ଉଲ୍ଲେଖ କରିଥିଲେ । ସେ ସମୟରେ ତାଙ୍କ ବୟସ ୧୮ରୁ କମ ରହିଥିଲା ।

ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାଁଙ୍କ ପୁତ୍ରକୁ ଗିରଫ କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକଙ୍କ ଟାର୍ଗେଟରେ ଆସିଥିଲେ ସମୀର ।

Comments are closed.