Latest Odisha News

BREAKING NEWS

ମ୍ୟାଟ୍ରିକ ପରୀକ୍ଷାରେ ବିଫଳ ହୋଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱରର ବସ୍ତା ବ୍ଲକସ୍ଥିତ ପୁଣ୍ଡରୁଙ୍ଗି ଗ୍ରାମରେ ଜଣେ ଛାତ୍ର ମାଟ୍ରିକ୍ ପରୀକ୍ଷାରେ ବିଫଳ ହେବା ଫଳରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ଛାତ୍ର ଜଣଙ୍କ ନାମ ଶଙ୍କର୍ଷଣ ସେଠୀ ଏବଂ ସେ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ୁଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.