ମସ୍କୋ:ରୁଷିଆ-ୟୁକ୍ରେନ ଯୁଦ୍ଧର ୫ମ ଦିନରେ ପଂହଚିଛି । ଏହାର ସମାଧାନ ପାଇଁ ବେଲାରୁଷ ବର୍ଡର ନିକଟରେ ଉଭୟ ଦେଶ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଂସ୍କି ଏହି ଆଲୋଚନାରେ ରାସ୍ତା ବାହାରିବା ନେଇ ସେତେଟା ଆଶାୟୀ ନାହାନ୍ତି । ଇତି ମଧ୍ୟରେ ରୁଷିଆର ମିଡିଆ ଏଜେନ୍ସି ସ୍ପୁଟନିକରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଏଟମିକ କମାଣ୍ଡୋ ୟୁନିଟର ସଦସ୍ୟଙ୍କ ଛୁଟି ବାତିଲ କରି ଦିଆଯାଇଛି ।
ଆକ୍ରମଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିବା ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ୟୁନିଟକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ସମସ୍ତ ନ୍ୟୁକ୍ଲିୟର ମିସାଇଲ ଫାୟାରିଂ ମୋଡରେ ରଖାଯାଇଛି ଏବଂ ଷ୍ଟାଣ୍ଡବାଇରେ ଷ୍ଟାଫଙ୍କୁ ରଖାଯାଇଛି । ପୁତିନଙ୍କ ଏହି ନିର୍ଦ୍ଦେଶ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଏହି ରିପୋର୍ଟ ସତ୍ୟ କି ନାହିଁ ତାହା ଜଣାପଡି ନାହିଁ ।
Comments are closed.