ଭୁବନେଶ୍ୱର: ଆସନ୍ତା କାଲି ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିରମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି ।
ରାଜଧାନୀରେ ଟ୍ରାଫିକ ଏକ ବଡ଼ ସମସ୍ୟ ହୋଇଥିବା ବେଳେ ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ୱରେ ରହିବେ । ବ୍ୟବସ୍ଥିତ ଭାବେ କିଭଳି ଆଇନଶୃଙ୍ଖଳା ରକ୍ଷା କରାଯିବ ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋିଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ।
ମହାଶିବରାତ୍ରୀ ଜାଗର ପାଇଁ ଗାିଡଲାଇନ୍ ଜାରି କରିଛନ୍ତି ଏସଆରସି । ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ ପ୍ରୋଟକୋଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଜିଲ୍ଲାପାଳ, ମ୍ୟୁନିସପାଲଟି, କମିଶନର, ପୋଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜିଲ୍ଲାପାଳ, ବିଏମସି କମିଶନରଙ୍କ ସହ ଆଲୋଚନା ଅନୁଯାୟୀ ୩ ଟାରୁ ୩.୩୦ ପର୍ୟ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସର ଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
Comments are closed.