ମୋହାଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ଘରୋଇ ପରିବେଶରେ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିବାରୁ ଶତକ ମରୁଡି ଦୂର କରିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ସେ ଓଭରାଲ ୯ ଟେଷ୍ଟରେ ୧୫ ଇନିଂସରେ ୭୭.୨୩ ଆଭରେଜରେ ୧୦୦୪ ରନ କରିଛନ୍ତି । ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୨୫ ମ୍ୟାଚରେ ସର୍ବାଧିକ ୧୯୯୫ରନ କରିଛନ୍ତି । ଘରୋଇ ପରିବେଶରେ କୋହଲି ୩ ମ୍ୟାଚରେ ୬୧୦ ରନ କରିଛନ୍ତି ।
ସେହିପରି ଶ୍ରୀଲଙ୍କା ବିପକ୍ଷରେ କୋହଲି ୨ଟି ଦ୍ୱିଶତକ ମଧ୍ୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିରାଟ ଶତକ ହାସଲ କଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡରଙ୍କ ରେକର୍ଡ ଅତିକ୍ରମ କରିବେ । ଉଭୟ ୨୭ ଲେଖାଁଏ ଶତକ ହାସଲ କରିଛନ୍ତି । ୩ଟି ଯାକ ଫର୍ମାଟରେ ସଚିନ ସର୍ବାଧିକ ୧୦୦ ଶତକ ହାସଲ କରି ଶୀର୍ଷରେ ରହିଛନ୍ତି । କୋହଲି ଆଉ ଗୋଟିଏ ଶତକ ହାସଲ କଲେ ଓଭରାଲ ୭୧ ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବେ ।
Comments are closed.