Latest Odisha News

BREAKING NEWS

ଭାରତର ପୁନର୍ବାର ବିଜୟ ହାସଲ: ମୋଦି

ନୂଆଦିଲ୍ଲୀ : ଭାରତ ପୁଣିଥରେ ଜିତିଲା ବୋଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର୍ ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ।

ସାଧାରଣ ନିର୍ବାଚନରେ ଦଳ ୨୮୫ଟି ତଥା ତାଙ୍କର ଅଶୀଂଦାର ଏନଡିଏ ଅଗ୍ରଣୀ ଲାଭ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଟ୍ୱିଟ୍ ।

ନିର୍ବାଚନୀ ର‌୍ୟାଲି ବେଳେ ମୋଦି ନିଜ ଦଳ ପକ୍ଷରୁ ସ୍ଲୋଗାନ୍ ଦେଇଥିଲେ ‘ଅବକି ବାର୍ ୩୦୦ ପାର୍’ । ତାଙ୍କର ଏହି ନାରା ତଥା ସ୍ଲୋଗାନ୍ ସତରେ ପରିଣତ ହୋଇଥିବା ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ଏନଡିଏ ୩୩୬ ସିଟ୍ ଓ ବିଜେପି ୨୮୨ ସିଟ୍ ଅକ୍ତିଆର କରିଥିଲା ।

ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ମୋଦିଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଥିଲା । ଏପରିକି ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍, ଚୀନ୍ ପ୍ରଧାନମନ୍ତ୍ରୀ ଜିନପିଙ୍ଗ୍ ଓ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବିଞ୍ଜୋମିନ୍ ନାତାନ୍ୟାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.