ଭୁବନେଶ୍ୱର: ୟୁକ୍ରେନର ନବ ନିର୍ମାଣ ହେବ । ଏଥିପାଇଁ ସବୁ ଟଙ୍କା ଋଷ ଦେବ ବୋଲି ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେଲେନସ୍କି କହିଛନ୍ତି । ଯୁଦ୍ଧ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି । ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ୍ରେ ଯାହା ସବୁ କ୍ଷୟକ୍ଷତି ଘଟିଛି ଏହାର ଭରଣା ରୁଷ କରିବା ଉଚିତ। ଆମେ ଦୁଇ ଦୁଇଟି ବିଶ୍ୱଯୁଦ୍ଧକୁ ସାମ୍ନା କରି ସେଥିରୁ ବର୍ତ୍ତିଛୁ। ୩ଟି ଭୟଙ୍କର ଦୁର୍ଭିକ୍ଷକୁ ମଧ୍ୟ ମୁକାବିଲା କରିଛୁ। ପ୍ରାକୃତିକ ବିପର୍ୟ୍ୟୟକୁ ମଧ୍ୟ ଭେଟିଛୁ। କ୍ରିମିଆ ଅକ୍ତିଆର ଏବଂ ପୂର୍ବପଟରେ ଯୁଦ୍ଧର ବିଭୀଷିକା ଏମିତି କେତେ କଣ ବିପର୍ୟ୍ୟକୁ ସାମ୍ନା କରିଛୁ। ଅନେକ ସମୟର ରୁଷ ଆମକୁ ନଷ୍ଠ କରିବା ପାଇଁ ଉଦ୍ୟମ କରିଛି। କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିନି।
ଆମେ ସବୁ ପ୍ରକାର ବିପତ୍ତିକୁ ସାମ୍ନା କରିଛୁ । ହେଲେ ହାରମାନିନୁ। ଯଦି ଏତେ ପରେ କେହି ଜଣେ ଭାବୁଥାଏ ୟକ୍ରେନ ଲୋକେ ଡରିଯିବେ, ଭାଙ୍ଗିଯିବେ କିମ୍ବା ଆତ୍ମ ସମର୍ପଣ କରିବେ ତେବେ ସେମାନେ ଭୁଲ ଭାବୁଛନ୍ତି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଦମ୍ଭର ସହ କହିଛନ୍ତି। ୟୁକ୍ରେନ୍ ବିଷୟରେ ପୁଟିନ୍ କିଛି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି।
Comments are closed.