Latest Odisha News

BREAKING NEWS

ୟୁକ୍ରେନରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ, ପ୍ରସ୍ତୁତ ହେଲା ଯୋଜନା

ଭୁବନେଶ୍ବର : ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଏଭଳି ସ୍ଥିତିରେ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ୪ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ୟୁକ୍ରେନ ସହ ଅନ୍ୟ ଦେଶକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ଏଥିପାଇଁ ନୂଆଦିଲ୍ଲୀ ରେସିଡେଣ୍ଟ କମିଶନଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ହେବ ବୋଲି ଘୋଷଣା କରାଯାଇଛି । ପୋଲାଣ୍ଡ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ ବିକ୍ରମାଦିତ୍ୟଙ୍କୁ ଦାୟିତ୍ବ ଦିଆଯାଇଛି । ବିକ୍ରମାଦିତ୍ୟ ଏବେ କିଟ୍ ଓ କିସ ବିଶ୍ବବିଦ୍ୟାଳୟର ଉପସଭାପତି ଅଛନ୍ତି । ସେହିଭଳି ହଙ୍ଗେରୀ ପାଇଁ ସ୍ବତନ୍ତ୍ର ପ୍ରତିନିଧି ଭାବେ UNHCRର ବରିଷ୍ଠ ଅଧିକାରୀ ଆରୁଷି ରାୟଙ୍କୁ ନିଯୁକ୍ତି ଦିଆଯାଇଛି । ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ବ ମିଳିଛି । ସ୍ଲୋଭାକିଆ ପାଇଁ କନସଲଟାଣ୍ଟ ଭାବେ କାର୍ଯ୍ୟରତ ଅନୁରାଗ ପଟ୍ଟନାୟକଙ୍କୁ ମିଳିଛି ହଙ୍ଗେରୀ ଦାୟିତ୍ବ ।

 

Comments are closed, but trackbacks and pingbacks are open.