Latest Odisha News

ଖାରକିଭ୍ ଛାଡିଲେ ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀ , ଅନ୍ୟମାନଙ୍କୁ ଫେରଇ ଆଣିବା ପାଇଁ ଚାଲିଛି ଉଦ୍ୟମ

ଦିଲ୍ଲୀ : ଋଷ୍ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଚାଲିଛି ଉଦ୍ଧାର । ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସିଯାଇଥିବା ଆହୁରି ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଖାରକିଭ ଯୁଦ୍ଧ ଜାରି ରହିବା ଫଳରେ ଛାତ୍ରଛାତ୍ରୀ ମାନେ ଅନେକ ସମସ୍ୟାରେ ସମ୍ମୁଖିନ ହୋଇଛନ୍ତି ।

ସେମାନଙ୍କୁ ଆଜି ସ୍ୱତନ୍ତ୍ର ବସ ସାହାର୍ଯ୍ୟରେ ପଶ୍ଚିମ ୟୁକ୍ରେନ ସୀମାଙ୍କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେହି ଅଞ୍ଚଳରେ ଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବିମାନ ଯୋଗେ ଉଦ୍ଧାର କରିବା ପାଇଁ ପକ୍ରିୟା ଜାରି ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୯୯ ଜଣ ଛାତ୍ରଛାତ୍ରୀ ଭାରତରେ ପହଁଞ୍ଚିସାରିଲେଣି । ସବୁ ଓଡିଆ ପିଲା ନିର।ପଦ ଭାବରେ କିପରି ଉଦ୍ଧାର ହେବେ ସେନେଇ ଓଡିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷା କରି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ଜାରି ରଖିଛନ୍ତି ଉଦ୍ୟମ ।

ଋଷ୍ ଓ ୟୁକ୍ରେନ ମଧ୍ୟରେ ୨୪ ତାରିଖରୁ ଯୁଦ୍ଧ ଜାରି ରହିବା ଫଳରେ ସେଠାରେ ଲୋକମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ୧୦
ଲକ୍ଷ ପାଖାପାଖି ହେବ ବିଦେଶୀ ନାଗରିକ ମାନେ ମଧ୍ୟ ନିଜ ଦେଶକୁ ଫେରିଗଲେଣି ।

Comments are closed.