Latest Odisha News

BREAKING NEWS

ଆର ପାରିରେ ସ୍ପିନ ଯାଦୁଗର ୱାର୍ଣ୍ଣେ

ମେଲବୋର୍ଣ୍ଣ: କ୍ରିକେଟ ଇତିହାସର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ଆଉ ନାହାନ୍ତି । ଏହି ଅଷ୍ଟ୍ରେଲୀୟ ବୋଲରଙ୍କ ମାତ୍ର ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ଥାଇଲାଣ୍ଡରେ ତାଙ୍କ ନିଜସ୍ୱ ଭିଲାରେ ସଞ୍ଜାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କୁ ବଂଚାଯିବା ସମ୍ଭବପର ହୋଇ ନ ଥିଲା । ୱାର୍ଣ୍ଣେ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳିବ ୭୦୮ ୱିକେଟ ଅକ୍ତିଆର କରିଛନ୍ତି । ୧୯୯୯ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ଥିଲେ । ଏହା ବ୍ୟତୀତ ଓଭରାଲ ସେ ୧୦୦୧ ଆନ୍ତର୍ଜାତୀୟ ୱିକେଟ ଅକ୍ତିଆର କରିଛନ୍ତି ।

ତାଙ୍କ ବିୟୋଗରେ କ୍ରିକେଟ ଜଗତ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି । ୧୨ ଘଂଟା ପୂର୍ବରୁ ମହାନ ଖେଳାଳି ରଡ ମାର୍ଶଙ୍କ ବିୟୋଗ ନେଇ ସେ ଶୋକ ବ୍ୟକ୍ତ କରିଥିଲେ । ୧୯୯୨ରେ ଭାରତ ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ କ୍ରିକେଟକୁ ଅଲବିଦା କହିଥିଲେ ।

Comments are closed.