Latest Odisha News

ଘରେ ପଶି ଗୁଳିମାଡ କଲେ ଦୁର୍ବୃତ୍ତ , ବାପା ମୃତ , ମା’ ଓ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି

କେନ୍ଦ୍ରାପଡା : ଗୁଳିମାଡରେ ଚାଲିଗଲା ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବବକପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗୁଳିମାଡରେ ଗୋଟିଏ ପରିବାରର ମୁରବୀ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇପଡିଛନ୍ତି ।ମୃତକ ହେଉଛନ୍ତି ଅରବିନ୍ଦ ମିଶ୍ର ତାଙ୍କ ବୟସ ପାଖାପାଖି ୬୨ ବର୍ଷ ହେବ ବୋଲି ଜଣାପଡିଛି ।

ଗୁରତର ହେଉଛନ୍ତି ଅରବିନ୍ଦଙ୍କ ସ୍ତ୍ରୀ ମାମିନା ମିଶ୍ର ଓ ପୁଅ ଶୁଭକେଶ ମିଶ୍ର ଓରଫ କାହ୍ନା ଅଟନ୍ତି । ସୂଚନା ଅନୁସାରେ ଦୁଇ ତିନି ଜଣ ଦୁବୃର୍ତ୍ତ ଆସି ବବକପୁର ଗାଁରେ ପହଁଞ୍ଚିଥିଲେ । ସେମାନେ କାହ୍ନା ଘର କେଉଁଠି ପଚାରିଥିଲା । କାହ୍ନା ଘରେ ପହଁଞ୍ଚିବା ପରେ ଅତର୍କିତ ଗୁଳିମାଡ କରିଥିଲେ ଦୁବୃର୍ତ୍ତ ମାନେ । ଗୁଳିରେ କାହ୍ନାଙ୍କ ବାପାଙ୍କ ଦେହରେ ବାଜି ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମା’ ଓ ପୁଅ କାହ୍ନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ମା ଓ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡା ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Comments are closed.