Latest Odisha News

BREAKING NEWS

ନରାଜରେ ପୁଣି ଫସିଲେ ହାତୀ, ଉଦ୍ଧାର ପାଇଁ ବନ ବିଭାଗର ତତ୍ପରତା

କଟକ: ପୁଣି ଆଜି ନରାଜ ବ୍ୟାରେଜରେ ଫସିଲେ ଦାତୀ । କଟକ ନରାଜ ବ୍ୟାରେଜ ନିକଟରେ ୨ଟି ହାତୀ ପାଣି ପିଇବାକୁ ଆସି ଫସି ରହିଥିବା ଖବର ରହିଛି । ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ହତୀମାନଙ୍କୁ ଜଗି ରହିଛି ।

ଖବର ଅନୁସାରେ, ରବିବାର ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଦୁଇଟିକୁ କିଭଳି ଉଦ୍ଧାର କରାଯିବ ସେ ନେଇ ଚେଷ୍ଟିତ ରହିଛନ୍ତି । ଏହା ସହିତ ହାତୀ ଦୁଇଟିକୁ ବନ ବିଭାଗ ଜଗି ରହିଛି । କିଭଳି ହାତୀ ନିକଟକୁ ଲୋକମାନେ ନଯିବେ, ସେଥିପାଇଁ ବନବିଭାଗ ସଜାଗ ରହିଛି ।

Comments are closed.