Latest Odisha News

BREAKING NEWS

ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ସମ୍ ହସ୍ପିଟାଲ ମୁଖ୍ୟ ରାସ୍ତାରେ କଳା ସ୍କୋର୍ପିଓ ଆତଙ୍କ। ରାତି ଅଧରେ ସିରିଜ୍ ଦୁର୍ଘଟଣା। ଏକାଧିକ ଗାଡିକୁ ଧକ୍କା ଦେଲା ସ୍କୋର୍ପିଓ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।

ଭୁବନେଶ୍ବର କଳିଙ୍ଗ ନଗର ରାସ୍ତାରେ ୧୦ରୁ ଊର୍ଦ୍ଧ୍ବ ଗାଡ଼ିକୁ ଧକ୍କାଦେଇଛି କଳା ସ୍କୋର୍ପିଓ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ରୁ ଅଧିକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଗାଡି ଭିତରେ ଥିବା ଅନ୍ୟ ଜଣେଙ୍କୁ ପୋଲିସ ଧରିଛି। ଖବର ପାଇ ଭରତପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରିବା ସହ ଭିଡ଼ ନିୟନ୍ତ୍ରଣ କରିଛି। ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଭୁବନେଶ୍ୱର ଡିସିପି ଡାକ୍ତର ଶର୍ବଣା ବିବେକ ଏମ୍ । ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.