Latest Odisha News

BREAKING NEWS

ମାନସିକ ଚିନ୍ତାରୁ ସାଥୀ ଯବାନଙ୍କୁ ଗୁଳି ମାଡ଼, ପରେ ନିଜେ ନିଜକୁ ଗୁଳି କଲେ

ଅମୃତସର: ପଞ୍ଜାବ ଅମୃତସରରେ ଥିବା ବିଏସଏଫ ମୁଖ୍ୟାଳୟରେ ଯବାନଙ୍କ ଗୁଳିମାଡ଼ ଘଟଣା । ସାଥୀ ଯବାନଙ୍କୁ ଗୁଳି ମାରିବା ପରେ ନିଜେ ନିଜକୁ ଗୁଳି କରି ମୃତ ହେଲେ କଟପା । କଟପା ନାମକ ଯବାନ ଜଣକ ବହୁ ସମୟ ଧରି ମାନସିକ ଚିନ୍ତାରେ ରହି ଆସୁଥିଲେ ବୋଲି ଜଣା ପଡ଼ିଥିଛି । ଏଥିପାଇଁ ଅଧିକ ତଦ୍ତ ଜାରି ରହିଛି ।

ସୂଚନା ଥାଉକି, ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଥିଲା । ଗୁଳିକାଣ୍ଡ ଘଟି ଯେଉଁଥିରେ ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୬ଜଣ ଯବାନ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ କଟପା ନାମକ ଜଣେ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ଘଟିଥିଲା । ସକାଳେ କଟପା ଆଖିବୁଜା ଗୁଳି ଚଳାଇବାକୁ ଲାଗିଥିଲେ ।

Comments are closed.