Latest Odisha News

BREAKING NEWS

ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ : ଶ୍ରୀଲଙ୍କା ବିପକ୍ଷରେ ଭାରତର ବୃହତ ବିଜୟ

ମୋହାଲୀ: ରବୀନ୍ଦ୍ର ଜାଡେଜାଙ୍କ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୨୨ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ଦ୍ୱିତୀୟ ସର୍ବ ବୃହତ ବିଜୟ । ଏଥିସହ ଭାରତ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଜାଡେଜାଙ୍କ ଅପରାଜିତ ୧୭୫ ଏବଂ ରିଷଭ ପନ୍ତଙ୍କ ୯୬ ରନ ସହାୟତାରେ ୮ ୱିକେଟ ବିନିମୟରେ ୫୭୪ ରନ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନରେ ଅଲଆଉଟ ହେବା ସହ ଫଲୋଅନ ହୋଇଥିଲା । ଜାଡେଜା ୫ଟି ୱିକେଟ ନେଇଥିଲେ ।

ଦ୍ୱିତୀୟ ଇନିଂସରେ ବି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଭ୍ରମଣକାରୀ ଦଳ ମାତ୍ର ୧୭୮ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଜାଡେଜା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.