କୀଭ: ଯୁଦ୍ଧର ଭୟ ପ୍ରେମକୁ ଅଟକାଇ ପାରି ନାହିଁ । ରୁଷିଆର ଘନ ଘନ ମିସାଇଲ ଆକ୍ରମଣକୁ ବେଖାତିର କରି ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୟୁକ୍ରେନ ସେନାର ଦୁଇ ପ୍ରେମୀ । ୟୁକ୍ରେନ ୧୧୨ ବ୍ରିଗେଡର ଲେସ୍ୟା ଏବଂ ଭାଲେରୀ ପରସ୍ପରକୁ ଭଲ ପାଉଥିଲେ । ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧରୁଥିବାରୁ କାଳେ ପରସ୍ପରଠାରୁ ଅଲଗା ହେଇଯିବେ ସେଥିପାଇଁ ସେମାନେ ଯୁଦ୍ଧ କ୍ଷେତ୍ରରେ ବିବାହ କରିଥିଲେ ।
ସେମାନଙ୍କ ସାହସ ଏବଂ ପ୍ରେମରେ ସାରା ବିଶ୍ୱ ଚକିତ ହୋଇପଡିଛି । ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଏକତ୍ର କରିବା ପାଇଁ ଅନ୍ୟ ସାଥୀମାନେ ମଧ୍ୟ ଭରପୂର ସହଯୋଗ କରିଥିଲେ । ଏହା ପୂର୍ବରୁ ରୁଷର ଧମକକୁ ବେଖାତିର କରି କ୍ଲେଭିଟା ଓ ନାଟାଲିୟା ଭ୍ଲାଡିସ୍ଲେଭ ଓଡେଶାର ଏକ ବମ ଶେଲ୍ଟରରେ ବିବାହ କରିଥିଲେ ।
Comments are closed.