Latest Odisha News

ଓଲଟି ପଡ଼ିଲା ଟ୍ୟାଙ୍କର, ରାସ୍ତାରେ ବୋହୁଛି ତେଲ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ରାସ୍ତାରେ ତେଲ ଭାସୁଛି। ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି।

ସୂଚନା ଅନୁସାରେ, ଝାରସୁଗୁଡ଼ା ଠାରୁ ଆସୁଥିବା ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଡେଳିଆମ୍ବ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ରାସ୍ତା ମଝିରେ ଗାଡ଼ି ଓଲଟି ପଡି ଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଛୋଟ ବଡ଼ ଗାଡ଼ି ଅଟକି ରହିଛି। ଫଳରେ କୋରାପୁଟ-ରାୟଗଡା ଜାତୀୟ ରାଜପଥ ଦୀର୍ଘ ସମୟ ଧରି ବନ୍ଦ ରହିଛି।

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ଗାଡ଼ିରେ ଥିବା ପେଟ୍ରୋଲ ଓ ଡିଜେଲ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳିଛି ।

Comments are closed.