Latest Odisha News

ସୁରଟରେ ଭୟାବହ ଅଗ୍ନିକାଣ୍ଡ, ୨୦ ମୃତ

ଗାନ୍ଧୀନଗର: ଗୁଜରାଟର ସୁରଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ୨୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନାନୁଯାୟୀ, ସୁରଟର ତକ୍ଷଶୀଳା କମ୍ପେ୍ଲକ୍ସରେ ଥିବା ଏକ କୋଚିଂ ସେଣ୍ଟରରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି କୋଚିଂ ସେଣ୍ଟରର ୨ୟ ମହଲାରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏହି ଘଟଣା ସମ୍ପର୍କରେ ଜାଣିବା ପୂର୍ବରୁ ହିଁ ୨୦ଟି ମୂଲ୍ୟବାନ ଜୀବନ ନିଆଁରେ ଜଳିଯାଇଥିଲା ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ୧୮ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ଏବଂ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସୁରଟର ପୋଲିସ କମିଶନର ସତୀଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।

ଅନ୍ୟପକ୍ଷରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଅଗ୍ନିକାଣ୍ଡର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.