ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା-
୧. ବୋଲରମାନେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର କରିପାରିବେ ନାହିଁ ।
୨. ଜଣେ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନୂତନ ଖେଳାଳି ଷ୍ଟ୍ରାଇକ କରିବ । ନନ ଷ୍ଟ୍ରାଇକର ଏଣ୍ଡର ବ୍ୟାଟ୍ସମ୍ୟାନ କ୍ରସ କରିଥିଲେ ମଧ୍ୟ ସେ ବ୍ୟାଟିଂ କରିପାରିବେ ନାହିଁ ।
୩. ମାଂକଡିଂଗ ଆଉଟକୁ ନିୟମ ୩୮ ଅନୁସାରେ ରନ ଆଉଟ ଭାବେ ବିବେଚନା କରାଯିବ ।
୪. ମ୍ୟାଚ ସମୟରେ ପଡିଆ ମଧ୍ୟରେ ବ୍ୟକ୍ତି, ପଶୁ କିମ୍ବା ପକ୍ଷୀ ଆଘାତପ୍ରାପ୍ତ ହେଲେ ଏହା ଡେଡବଲ ଘୋଷିତ ହେବ । ସେହିପରି ହଠାତ ପ୍ରଶଂସକ କିମ୍ବା କୁକୁର ପଡିଆ ମଧ୍ୟକୁ ପଳି ଆସିଲେ ଫିଲ୍ଡ ଅମ୍ପାୟର ମ୍ୟାଚ ରେଫରୀଙ୍କ ସହ ଆଲୋଚନା କରି ଡେଡ ବଲ ସଙ୍କେତ ଦେଇପାରିବେ ।
୫. ଫିଲ୍ଡିଂ ଟିମର କୌଣସି ଖେଳାଳି ଯଦି ପଡିଆ ମଧ୍ୟରେ ଅନାବଶ୍ୟକ ମୁଭମେଂଟ କରେ ତାହାହେଲେ ବ୍ୟାଟିଂ ସାଇଡକୁ ୫ରନ ମିଳିବ ।
BREAKING NEWS
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
- ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର
- ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କଣ ରହିଛି କାରଣ…
- ୧୯ରୁ ଫେରିଯିବ ମୌସୁମୀ ବାୟୁ…
- ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର
- ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ
- ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍
- ୮ ମାସରେ ସର୍ବୋଚ୍ଚ ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟରେ ଛୁଇଁଲା ୪.୮%
- Foreigners bypass immigration:ବିମାନବନ୍ଦରରେ ବଡ଼ ଧରଣର ତ୍ରୁଟି;ଇମିଗ୍ରେସନ୍ ପ୍ରକ୍ରିୟାକୁ ଏଡ଼ାଇ ଯାତ୍ରା କଲେ ୩ ଇଟାଲୀୟ ଯାତ୍ରୀ,ମନ୍ତ୍ରଣାଳୟ ଜବାବ ମାଗିଲା

Comments are closed.