ଭୁବନେଶ୍ୱର : କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଏକ ବୃହତ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ୨୦୧୮-୧୯ ଖରିଫ ଋତୁ ପାଇଁ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ/ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ କରି ମୁଗ କ୍ୱିଣ୍ଟାଲ ପ୍ରତି ୧୪ଶହ ଟଙ୍କା ପର୍ଯ୍ୟନ୍ତ, ସୂର୍ଯ୍ୟମୁଖୀ କ୍ୱିଂଟାଲ ପ୍ରତି ୧୨୮୮ ଟଙ୍କା, ମାଣ୍ଡିଆ ସମର୍ଥନ ମୂଲ୍ୟ ବଢ଼ିଲା କ୍ୱିଂଟାଲ ପ୍ରତି ୯୯୭ ଟଙ୍କା ଏବଂ ଧାନ କ୍ୱିଂଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ସିସିଇଏଙ୍କ ଏହି ନିଷ୍ପତିକୁ ଐତିହାସିକ ବୋଲି ବିବେଚନା କରାଯାଉଛି । କାରଣ ଏଥିରେ ପୂର୍ବରୁ କୃଷକମାନଙ୍କ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇଛି । ୨୦୧୮-୧୯ ସାଧାରଣ ବଜେଟରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସମସ୍ତ ଖରିଫ ଫସଲର ପାଖାପାଖି ଦେଢ଼ଗୁଣା ସମର୍ଥନ ମୂଲ୍ୟ ଦିଆଯିବା ଲାଗି ଘୋଷଣା କରାଯାଇଥିଲା । ଏହି ନୀତି ଆଧାରରେ ଆଜି ସିସିଇଏ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।
ବଜେଟ୍ ୨୦୧୮-୧୯ରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ହାସଲ ଲାଗି ଆବଶ୍ୟକ କୃଷି ନୀତିରେ ପରିବର୍ତନ କରାଯିବାର ସଂକେତ ଦିଆଯାଇଥିଲା । ବଜେଟ୍ରେ ଉନ୍ନତ ଆୟ ସୃଷ୍ଟି ଜରିଆରେ କୃଷକମାନଙ୍କ ଆୟ ବୃଦ୍ଧି ଉପରେ ଜୋର ଦିଆଯାଇଥିଲା । କଳା ରାଶି ବା ନାଇଜର ବିହନର ସର୍ବନିମ୍ନ ସହାୟକ/ସମର୍ଥନ ମୂଲ୍ୟ କ୍ୱିଂଟାଲ ପ୍ରତି ୧୮୨୭ ଟଙ୍କ, ମୁଗର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୦୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜିର ଏମଏସପି ୧୨୮୮ ଟଙ୍କା ଏବଂ କପାର ଏମଏସପି କ୍ୱିଂଟାଲ ପ୍ରତି ୧୧୩୦ ଟଙ୍କା ବୃଦ୍ଧି ଅପ୍ରତ୍ୟାଶିତ ଅଟେ ।
ଶସ୍ୟ ଏବଂ ପୁଷ୍ଟିସାଧନ ଶସ୍ୟର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ସୁଧ ବୃଦ୍ଧିକୁ ଆଖି ଆଗରେ ରଖି ଧାନ (ସାଧାରଣ)ର ଏମଏସପିରେ ୨୦୦ ଟଙ୍କା ପ୍ରତି କ୍ୱିଂଟାଲ, ଯଅ (ହାଇବ୍ରିଡ)ରେ ୭୩୦ ଟଙ୍କା ପ୍ରତି କ୍ୱିଂଟାଲ ଏବଂ ସୋରିଷରେ କ୍ୱିଂଟାଲ ପ୍ରତି ୯୯୭ ଟଙ୍କା ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ରାଗୀରେ (୫୨.୪୭ ପ୍ରତିଶତ) କରାଯାଇଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଯଅ ହାଇବ୍ରିଡ (୪୨.୯୪ ପ୍ରତିଶତ) ଅଟେ । ଡାଲି ଜାତୀୟ ଫସଲରେ ମୁଗ ବ୍ୟତୀତ ହରଡ଼ (ତୁର)ର ସର୍ବନିମ୍ନ ସମର୍ଥନ ମୂଲ୍ୟରେ ୨୨୫ ଟଙ୍କା ପ୍ରତି କ୍ୱିଂଟାଲ ବୃଦ୍ଧି କରାଯାଇଛି । ଫଳରେ ବ୍ୟୟ ତୁଳନାରେ ରିଟର୍ଣ୍ଣ ୬୫.୩୬ ପ୍ରତିଶତ ବୃଦ୍ଧି ହେବ । ହରଡ଼ର ଏମଏସପିରେ ବ୍ୟୟ ତୁଳନାରେ ରିଟର୍ଣ୍ଣ ୬୨.୮୯ ପ୍ରତିଶତ ବୃଦ୍ଧି ହେବ । କାରଣ ଏଥିରେ ୨୨୦ ଟଙ୍କା ପ୍ରତି କ୍ୱିଂଟାଲ ବୃଦ୍ଧି ହୋଇଛି । ସେହିପରି ବାଜରାର ଏମଏସପିରେ କ୍ୱିଂଟାଲ ପ୍ରତି ୫୨୫ ଟଙ୍କା ବୃଦ୍ଧି କରାଯାଇଛି ଯାହାଦ୍ୱାରା ବ୍ୟୟ ତୁଳନାରେ ରିଟର୍ଣ୍ଣ ୯୬.୯୭ପ୍ରତିଶତକୁ ବୃଦ୍ଧି ଘଟିବ ।
ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ଅନ୍ୟ ଅଧିକୃତ ରାଜ୍ୟ ଏଜେନ୍ସି ପୋଷକ ଶସ୍ୟ ସହିତ ଅନ୍ୟ ଶସ୍ୟ ଲାଗି କୃଷକମାନଙ୍କୁ ମୂଲ୍ୟ ସହାୟତା ଜାରି ରଖିବେ । ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ସଂଘ (ନାଫେଡ), ଏଫସିଆଇ, ସ୍ମଲ ଫାର୍ମର୍ସ ଏଗ୍ରୀ-ବିଜନେସ କନସୋର୍ଟିୟମ (ଏସଏଫଏସି) ଏବଂ ଅନ୍ୟ ଅଧିକୃତ କେନ୍ଦ୍ରୀୟ ଏଜେନ୍ସି ଡାଲି ଜାତୀୟ ଏବଂ ତୈଳବୀଜ ଫସଲ କ୍ରୟ ଜାରି ରଖିବେ । ଭାରତୀୟ କପା ନିଗମ (ସିସିଆଇ) କପାର ସମର୍ଥନ ମୂଲ୍ୟ ଅନୁଧ୍ୟାନ ଲାଗି ନୋଡାଲ ଏଜେନ୍ସି ହେବ ।
ଡାଲି ଜାତୀୟ ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଭାରତକୁ ପୁଷ୍ଟିସାଧନ ବିପଦର ମୁକାବିଲା, ମୃର୍ତିକାରେ ନାଇଟ୍ରୋଜେନର ମାତ୍ରା ବୃଦ୍ଧି ଏବଂ ଉର୍ବରକତା ଓ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟତା ମିଳିପାରିବ । ଏହିପରି ଡାଲି ଜାତୀୟ ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ ରେ ବୃଦ୍ଧି ଦ୍ୱାରା କୃଷକମାନଙ୍କୁ ଏକ ପ୍ରତି ଆୟ ବୃଦ୍ଧି ସୁନିଶ୍ଚିତ ହେବ । ଏହାବ୍ୟତୀତ ସର୍ବନିମ୍ନ ସମର୍ଥନ ମୂଲ୍ୟରେ ବୃଦ୍ଧି ତ୍ୱାରା ତୈଳବୀଜ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଏବଂ ଏହାର ଉତ୍ପାଦନରେ ନିବେଶକୁ ପ୍ରୋତ୍ସାହନ ମିଳିବ । ଏଥିସହିତ ଏହାଦ୍ୱାରା ଭାରତକୁ ନିଜ ଆମଦାନୀ ବ୍ୟୟ ହ୍ରାସରେ ମଧ୍ୟ ସହାୟତା ମିଳିପାରିବ । ପୁଷ୍ଟିସାଧନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦ୍ୱାରା ପୁଷ୍ଟିସାଧନ ସୁରକ୍ଷା ଏବଂ କୃଷକମାନଙ୍କ ଆୟରେ ସୁଧାର ଆସିପାରିବ ।
ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ବୃଦ୍ଧି ବ୍ୟତୀତ ସରକାର କୃଷକମାନଙ୍କ ପାଇଁ ଅନୁକୂଳ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ସେହି ପଦକ୍ଷେପଗୁଡ଼ିକ ହେଲା :-
କୃଷକମାନଙ୍କ ଦ୍ୱାରା ପରିଶୋଧ କରାଯାଇଥିବା ପ୍ରିମିୟମ ଦର କମ ରହିଛି- ସମସ୍ତ ଖରିଫ ଫସଲ ଲାଗି ଏହା ମୋଟ ବୀମାଭୂକ୍ତ ଦରର ୨ ପ୍ରତିଶତ, ସମସ୍ତ ରବି ଫସଲ ଲାଗି ୧.୫ ପ୍ରତିଶତ ଏବଂ ନଗଦୀ ଫସଲ ଲାଗି ୫ ପ୍ରତିଶତ ଅଟେ । ଏଥିସହିତ ମୋବାଇଲ ଫୋନ ଏବଂ ରିମୋଟ ସେନ୍ସିଂ ଭଳି ସ୍ମାର୍ଟ ପ୍ରଯୁକ୍ତି ଜରିଆରେ ତୁରନ୍ତ ଆକଳନ ଏବଂ ଦାବିର ତୁରନ୍ତ ସମାଧାନ । ସରକାର ଫସଲ ବୀମା ଲାଗି ଏକ ମୋବାଇଲ ଆପ ମଧ୍ୟ ଜାରି କରିଛନ୍ତି, ଯାହା କୃଷକମାନଙ୍କୁ ସେମାନଙ୍କ କ୍ଷେତ୍ରରେ ଉପଲବ୍ଧ ବୀମା କଭର ବିଷୟରେ ସମ୍ପୂର୍ଣ୍ଣ ସୂଚନା ହାସଲ କରିବାରେ ସହାୟତା କରିବ । ଏଥିସହିତ ସେମାନେ ଏହା ଜରିଆରେ ଅଧିସୂଚିତ ଫସଲ ଲାଗି ବୀମା ପ୍ରିମିୟମର ଗଣନା କରିପାରିବେ ।
ସରକାର କୃଷକମାନଙ୍କୁ ଉନ୍ନତ ମୂଲ୍ୟ ସୁନିଶ୍ଚିତ କରିବାର କ୍ରମରେ ଏକ ସହଭାଗୀ ଇ-ମାର୍କେଟ ପ୍ଲାଟଫର୍ମ ସହିତ ୫୮୫ ନିୟନ୍ତ୍ରିତ ବଜାରକୁ ଏକୀକୃତ କରିବା ଉଦ୍ଦେଶ୍ୟରେ “ନେସଲାନଲ ଏଗ୍ରୀକଲଚର ମାର୍କେଟ” (ଏନଏଏମ) ଅନ୍ତର୍ଗତ ସାରା ଦେଶରେ ଇଲେକଟ୍ରୋନିକ ଟ୍ରେଣ୍ଡିଂ ପ୍ଲାଟଫର୍ମ ବିକଶିତ କରିବା ଲାଗି ଏକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ରାଜ୍ୟକୁ ତିନୋଟି ପ୍ରମୁଖ ସୁଧାର କରିବା ଲାଗି ପ୍ରୋତ୍ସାହିତ କରାଯାଉଛି । ଏଥିରେ ଇଲେକଟ୍ରୋନିକ ଟ୍ରେଣ୍ଡିଂ ପାଇଁ ଅନୁମତି, ସାରା ରାଜ୍ୟରେ ଏକକ ଲାଇସେନ୍ସର ବୈଧତା ଏବଂ ବଜାରରେ ପ୍ରବେଶ ଲାଗି ଏକକ ଶୁଳ୍କ ଆଦି ସାମିଲ ରହିଛି । ଏହାଦ୍ୱାରା କୃଷକମାନଙ୍କୁ ନିଜ ଉତ୍ପାଦନ ଲାଗି ଉତମ ମୂଲ୍ୟ ସନ୍ଧାନରେ ସହାୟତା ମିଳିପାରିବ । ୨୩ ମାର୍ଚ୍ଚ, ୨୦୧୮ ସୁଦ୍ଧା ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶରେ ୫୮୫ ବଜାରକୁ ଇ-ଏନଏଏମ ପ୍ଲାଟଫର୍ମ ସହିତ ପୂର୍ବରୁ ଯୋଡ଼ାଯାଇସାରିଛି ।
ବର୍ତମାନର ସର୍ବନିମ୍ନ ସମର୍ଥନ ମୂଲ୍ୟର ନିୟନ୍ତ୍ରିତ ବଜାର ପରିଧି ବାହାରେ ଥିବା କୃଷକମାନଙ୍କୁ ବଜାରର ବିକଳ୍ପ ଯୋଗାଇ ଦେବା ପାଇଁ ସରକାର ଏକ ନୂଆ ଆଇନ ଏଗ୍ରୀକଲଚରାଲ ପ୍ରଡ୍ୟୁସ ଏଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋସନ ଏଣ୍ଡ ଫ୍ୟାସିଲିଟେସନ) ଆଇନ, ୨୦୧୭ ମଧ୍ୟ ପ୍ରସ୍ତୁତ କରିଛନ୍ତି ।
ସାରା ଦେଶରେ କୃଷକମାନଙ୍କୁ ମୃର୍ତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଉଛି । ପ୍ରତ୍ୟେକ ୨ ବର୍ଷ ପରେ ଏହି କାର୍ଡର ନବୀକରଣ କରାଯିବ । ଏହି କାର୍ଡ ଭୂମିର ଉର୍ବରତା ସ୍ଥିତି ବିଷୟରେ ସୂଚନା ଉପଲବ୍ଧ କରାଇବ ଏବଂ ମୂର୍ତିକା ପରୀକ୍ଷଣ ଆଧାରରେ ସାର ବ୍ୟବହାର କରିବା ଲାଗି ପରାମର୍ଶ ଦେବ । ୨୫ ଜୁନ, ୨୦୧୮ ସୁଦ୍ଧା ୧୫.୧୪ କୋଟି ମୃର୍ତିକା ସ୍ୱାସ୍ଥ୍ୟକାର୍ଡ ବିତରଣ କରାଯାଇସାରିଛି ।
ପାରମ୍ପରିକ କୃଷି ବିକାଶ ଯୋଜନା (ପିକେଭିୱାଇ) ଅନ୍ତର୍ଗତ ସରକାର ଜୈବିକ କୃଷି ଏବଂ ଜୈବିକ ଉତ୍ପାଦନ ଲାଗି ସମ୍ଭାବନା ବିକଶିତ କରିବା ଲାଗି ପ୍ରୋତ୍ସାହନ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ‘ପ୍ରତ୍ୟେକ ଜମି ପାଇଁ ପାଣି’ ଲାଗି ଜଳସେଚନ କଭରେଜରେ ବିସ୍ତାର ଉଦ୍ଦେଶ୍ୟରେ ଲାଗୁ କରାଯାଇଛି । ଏହାର ଅନ୍ତର୍ଗତ “ପ୍ରତି ବୁନ୍ଦା ପାଇଁ ଅଧିକ ଫସଲ” ଉଦ୍ଦେଶ୍ୟ ସହିତ ଜଳର ଉପଯୋଗ କୁଶଳତା ବୃଦ୍ଧି କରିବା ଲାଗି ଧ୍ୟାନ କେନ୍ଦ୍ରୀତ କରାଯାଇଛି । ସ୍ରୋତ ସୃଷ୍ଟି, ବିତରଣ, ପରିଚାଳନା ଏବଂ ବିସ୍ତାର ସମ୍ପର୍କିତ ଅନ୍ୟ ଗତିବିଧି ଲାଗି ଆରମ୍ଭରୁ ଅନ୍ତିମ ସମାଧାନ ଉପଲବ୍ଧ କରାଯାଉଛି ।
ସରକାର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅନ୍ତର୍ଗତ ଚାଉଳ, ଗହମ, ମୋଟା ଶସ୍ୟ ଏବଂ ଡାଲି ଜାତୀୟ ଫସଲର ଉତ୍ପାଦକତା ଏବଂ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି । ସମର୍ପିତ ଅନଲାଇନ ଇଂଟରଫେସ ଇ-କୃଷି ସମ୍ବାଦ କୃଷକମାନଙ୍କ ସମସ୍ୟା ଲାଗି ପ୍ରତ୍ୟେକ୍ଷ ଏବଂ ପ୍ରଭାବୀ ସମାଧାନ ଉପଲବ୍ଧ କରାଉଛି ।
ସରକାର କୃଷି ଉତ୍ପାଦକ ସଂଗଠନ ପ୍ରସ୍ତୁତ କରିବା ଲାଗି ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ବଜେଟ ୨୦୧୮-୧୯ ଅନ୍ତର୍ଗତ କୃଷି ଉତ୍ପାଦକ ସଂଗଠନଗୁଡ଼ିକୁ ଅନୁକୂଳ ସମାଧାନ ଉପଲବ୍ଧ କରାଯାଇଛି । ଯାହାଦ୍ୱାରା କୃଷକମାନଙ୍କୁ ଇନପୁଟ ଆବଶ୍ୟକତା, କୃଷି ସେବା, ପ୍ରକ୍ରିୟାକରଣ ଏବଂ ବିକ୍ରି ପରିଚାଳନାରେ ସହାୟତା ମିଳିପାରିବ ।
ସରକାର ଡାଲିର ଏକ ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି ଏବଂ ମୂଲ୍ୟ ସ୍ଥିରୀକରଣ ଫଣ୍ଡ (ଫିଏସଏଫ) ଅନ୍ତର୍ଗତ ଡାଲି ଘରୋଇ କ୍ରୟ ମଧ୍ୟ କରୁଛନ୍ତି, ବିଶେଷ ଉପଭୋକ୍ତାଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୧୮-୧୯ ବଜେଟରେ ସଂକେତ ଦିଆଯାଇଥିଲା ଯେ କେବଳ ଏମଏସପି ବୃଦ୍ଧି ଯଥେଷ୍ଟ ନୁହେଁ, ବରଂ କୃଷକମାନଙ୍କୁ ଘୋଷିତ ଏମଏସପିର ସମ୍ପୂର୍ଣ୍ଣ ଲାଭ ମିଳିବା ଆବଶ୍ୟକ । ଏଥିପାଇଁ ଆବଶ୍ୟକ ହେଉଛି ଯଦି କୃଷି ଉତ୍ପାଦନର ମୂଲ୍ୟ ଘୋଷିତ ଏମଏସପିର କମ ହେଉଛି ତା ହେଲେ ସରକାରଙ୍କୁ ଏମଏସପି ମୂଲ୍ୟରେ କ୍ରୟ କରିବାର ଆବଶ୍ୟକତା ରହିଛି । ନଚେତ ଏପରି ବ୍ୟବସ୍ଥା କରାଯିବା ଆବଶ୍ୟକ ଯାହାଦ୍ୱାରା ଘୋଷିତ ଏମଏସପି ସେମାନଙ୍କୁ ମିଳିପାରିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପରାମର୍ଶ ସହିତ ନୀତି ଆୟୋଗ ଏଥିପାଇଁ ଏକ ଉପଯୁକ୍ତ ଢାଂଚା ପ୍ରସ୍ତୁତ କରିବେ ଯାହାଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ମିଳିପାରିବ ।
ମହିଳା କୃଷକମାନଙ୍କ ପାଇଁ ପୁସ୍ତିକାରେ ବିଶେଷ ବ୍ୟବସ୍ଥା ଏବଂ ପ୍ୟାକେଜ ସହାୟତା ସୂଚନା ଦିଆଯାଇଛି । ମହିଳା କୃଷକ କୃଷି ବିଭାଗର ବିଭିନ୍ନ କୃଷକ କଲ୍ୟାଣ ଯୋଜନାର ଫାଇଦା ଉଠାଇପାରିବେ ।
ଏହି ସମସ୍ତ ଉପାୟ ସହିତ ସରକାର ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ।
Comments are closed.