Latest Odisha News

BREAKING NEWS

Ebola scare in Bengaluru: ଭାରତରେ ପହଞ୍ଚିଲା ଇବୋଲା! ଆଇସୋଲେସନରେ ୟୁଗାଣ୍ଡା ମହିଳା

ବେଙ୍ଗାଲୁରୁ: ଆଫ୍ରିକାରେ ମରାଣାନ୍ତକ ଇବୋଲା ଭାଇରସ କାୟା ବିସ୍ତାର କରିଥିବା ବେଳେ ବିଶ୍ୱର ବିଭିନ୍ନ ଦେଶଗୁଡ଼ିକରେ ଏନେଇ ଭୟ ବଢ଼ୁଛି। ଆଫ୍ରିକୀୟ ଦେଶ କଙ୍ଗୋ ଏହି ଭାଇରସ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଡବ୍ଲୁଏଚ୍ ଓ ଇବୋଲା ବିଷୟରେ ଚିନ୍ତିତ ଏବଂ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛି। ଭାରତ ସରକାର ମଧ୍ୟ ଏହି ଭାଇରସ୍ ବିଷୟରେ ସତର୍କ ରହିଛନ୍ତି । ନାଗରିକଙ୍କ ପାଇଁ ଯାତ୍ରା ଆଡଭାଇଜରି ଜାରି କରିଛନ୍ତି । ବିମାନବନ୍ଦରମାନଙ୍କରେ କଡା ଛାନଭିନ୍ କରାଯାଉଛି । ଏହି ସମୟରେ, ଜଣେ ଉଗାଣ୍ଡା ମହିଳାଙ୍କୁ ଇବୋଲା ପରୀକ୍ଷା ପାଇଁ ବେଙ୍ଗାଲୁରୁ ବିମାନବନ୍ଦରରେ ଆଇସୋଲେସନରେ ରଖାଯାଇଛି ବୋଲି ଖବର ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁଯାୟୀ, ମେ ୨୩ ତାରିଖରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିବା ଜଣେ ୨୮ ବର୍ଷୀୟା ଉଗାଣ୍ଡାର ମହିଳାଙ୍କୁ ଇବୋଲା ପରୀକ୍ଷା ପାଇଁ ଆଇସୋଲେସନରେ ରଖାଯାଇଛି। ଭୂତାଣୁ ଜନିତ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସତର୍କତା ମଧ୍ୟରେ ଇବୋଲା ପରୀକ୍ଷା ପାଇଁ ତାଙ୍କ ନମୁନା ନିଆଯିବା ପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମହିଳାଙ୍କୁ ଇନ୍ଦିରା ନଗରର ମହାମାରୀ ରୋଗ ହସ୍ପିଟାଲରେ ରଖାଯାଇଛି।

ସୂତ୍ର ଅନୁଯାୟୀ, ଆଫ୍ରିକାର କିଛି ଅଂଶରେ ସମ୍ପ୍ରତି ଇବୋଲା ପ୍ରକୋପକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇବୋଲା ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ରିପୋର୍ଟ ଅନୁଯାୟୀ, ୟୁଗାଣ୍ଡାରୁ ଫେରିଥିବା ଏବଂ ହାଲୁକା ଯନ୍ତ୍ରଣାର ଲକ୍ଷଣ ଦେଖାଯାଇଥିବା ବେଳେ, ଜଣେ ମହିଳାଙ୍କୁ ବେଙ୍ଗାଲୁରୁର ସରକାରୀ ମହାମାରୀ ରୋଗ ହସ୍ପିଟାଲରେ ଅଲଗାଭାବେ ଏବଂ ଅଧିକ ତଦନ୍ତ ପାଇଁ ରଖାଯାଇଛି। ହାଲୁକା ଯନ୍ତ୍ରଣା ବ୍ୟତୀତ, ମହିଳାଜଣଙ୍କ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତଥାପି ଏହା କେବଳ ଫ୍ଲୁର ଲକ୍ଷଣ କିମ୍ବା ବାସ୍ତବରେ ଇବୋଲା ଆକ୍ରାନ୍ତ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନମୁନାକୁ ଲ୍ୟାବ ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ପରୀକ୍ଷା ଫଳାଫଳ ଅପେକ୍ଷା କରାଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସମ୍ପୃକ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହଯୋଗରେ, ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ WHO ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରୁଛି। ତଥାପି, ଆଜି ପର୍ଯ୍ୟନ୍ତ ଭାରତରେ ଇବୋଲାର କୌଣସି ନିଶ୍ଚିତ ମାମଲା ରିପୋର୍ଟ ହୋଇନାହିଁ।

Leave A Reply

Your email address will not be published.