Latest Odisha News

BREAKING NEWS

କଟକ : ଓଏମପି ଛକରୁ ୧କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୪ ଗିରଫ

କଟକ : କଟକରୁ ପୁଣି ଜବତ ହୋଇଛି ଗଞ୍ଜେଇ । ପ୍ରାୟ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ଫୁଲବାଣୀରୁ ଗଞ୍ଜେଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା । ଅବକାରୀ ବିଭାଗର ଚଢାଉ ସମୟରେ ଓଏମପି ଛକରେ ଏକ ଅଟୋ ମଧ୍ୟରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେମାନେ ବ୍ୟବହାର କରୁଥିବା ଏକ ଅଟୋ ଓ ବାଇକକୁ ମଧ୍ୟ ଜବତ କରାଯାଇଛି ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗର ପ୍ରତାପ ଦତ୍ତ ଓ ପୁଷ୍ପା ଦାସ, କଟକର କାହ୍ନୁ ନାୟକ ଓ ଶୁଭମ ସାହୁ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.