Latest Odisha News

ଇସ୍ତଫା ଦେବାକୁ ନିଜ ଆଡୁ ପ୍ରସ୍ତାବ ଦେଲେ ସୋନିଆ, ମନା କଲେ ଦଳର ସଦସ୍ୟ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଦଳକୁ ଆଗକୁ ବଢିବା ଦରକାର । ଏଥିପାଇଁ ସେ ଓ ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କାଙ୍କୁ ଯଦି ଇସ୍ତଫା ଦେବାକୁ ପଡିବ ତାହେଲେ ସେ ରାଜି ଅଛନ୍ତି ବୋଲି କହିଥିଲେ । କିନ୍ତୁ ବୈଠକରେ ଉପସ୍ଥିତ ଥିବା ଅନ୍ୟ କଂଗ୍ରେସ ନେତା ଏପରି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ୫ ରାଜ୍ୟରେ କଂଗ୍ରେସ ବିପର୍ଯ୍ୟୟର ସାମ୍ନା କରିବା ପରେ ଏହା ଥିଲା ଆଜି ୪ ଘଂଟାର ବୈଠକର ନିର୍ଯାସ । ତେଣୁ ଦଳ ସୋନିଆଙ୍କ ନେତୃତ୍ୱରେ ହିଁ ଆଗେଇ ପାରିବ ବୋଲି ବୈଠକ ପରେ କଂଗ୍ରେସ ନେତା କହିଛନ୍ତି । ଦଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ।

ତେବେ ଦଳର ଅସନ୍ତୁଷ୍ଟ ନେତା ତଥା ଜି-୨୩ ବର୍ଗର ନେତା ଗୁଲାମ ନବୀ ଆଜାଦ, ଅଜୟ ମାକେନ, ଆନନ୍ଦ ଶର୍ମା, ମନୀଷ ତିୱାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ସୋନିଆଙ୍କ ଏପରି ଇସ୍ତଫା ଦେବା ପ୍ରସ୍ତାବ ପରେ ଅନେକ ଜି-୨୩ ନେତା ନରମ ପଡିଥିଲେ । ଆଜାଦ କହିଥିଲେ, ତାଙ୍କର ମତାମତର ଅର୍ଥ ବିରୋଧ କରିବା ନୁହେଁ କି କାହା ସହ ଶତ୍ରୁତା ନୁହଁ । ଏହାପରେ ଦଳର ମହାସଚିବ କେସି ବେଣୁଗୋପାଳ କହିଥିଲେ ସିଡୁବ୍ଲ୍ୟସି ସର୍ବସମ୍ମତି କ୍ରମେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା ରଖିଛି । ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳକୁ ମଜବୁତ କରିବାକୁ ସମସ୍ତ ପ୍ରୟାସ କରିବେ ।ଏଥିସହ କଂଗ୍ରେସ ଏକ ଚିନ୍ତନ ଶିବିର ଡକାଇଛିା ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି, ସମସ୍ତ ରାଜ୍ୟରେ କଂଗ୍ରେସ ଆତ୍ମ ଚିନ୍ତନ ଶିବିରର ଆୟୋଜନ କରିବା ଦରକାର ।

Comments are closed.