Latest Odisha News

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଲଘୁଚାପ । ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହେବ । କିଛି ପାଣିପାଗ ସଂସ୍ଥାର ଆକଳନ କରୁଛନ୍ତି ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ।

ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ୍‌ ଅନୁସାରେ, ବାତ୍ୟା ହେଲେ ଆଣ୍ଡାମାନ ନିକୋବର ଦେଇ ବାଂଲାଦେଶ ମୁହାଁ ହେବ । ସେହିପରି ଓ୍ଵିଣ୍ଡିର ଆମେରିକାନ୍‌ GFS ମଡେଲ୍‌ ଦର୍ଶାଉଛି, ବାତ୍ୟା ହେଲେ ମିଆଁମାର ଆଡେ ମୁହାଁଇବ ।

ଆକ୍ୟୁ ଓ୍ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ କହିଛନ୍ତି, ଲଘୁଚାପ ଅବପାତ କିମ୍ବା ବାତ୍ୟାର ରୂପ ନେଇ ବାଂଲାଦେଶ, ମିଆଁମାର ନହେଲେ ଦକ୍ଷଣ ପୂର୍ବ ଭାରତ ମୁହାଁ ସମ୍ଭାବନା ରହିଛି ।ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା ସମ୍ଭାବନା ନାହିଁ । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

Comments are closed, but trackbacks and pingbacks are open.