Latest Odisha News

BREAKING NEWS

ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର: ମୁଖ୍ୟମନ୍ତ୍ରୀ ଭାବ ଶପଥଗ୍ରହଣ କରିବେ ଭଗୱନ୍ତ ମାନ

ପଞ୍ଜାବ : ଆଜିଠୁ ପଞ୍ଜାବରେ ‘ଆପ୍’ ସରକାର । ପଞ୍ଜାବରେ ବିପୁଳ ବିଜୟ ପରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି । ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆମ ଆଦମୀ ପାର୍ଟିର ଭଗବନ୍ତ ମାନ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ।

ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ୧୬ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି । ଶପଥପାଠ ଉତ୍ସବ ସ୍ଥଳରେ ୧ ଲକ୍ଷ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଛି ।

ସୁରକ୍ଷା ଦାୟିତ୍ୱରେ ରହିବେ ୮ ହଜାରରୁ ଅଧିକ ପୁଲିସ କର୍ମଚାରୀ । ଶପଥ ସମାରୋହ ଜରିଆରେ ଶକ୍ତି ପ୍ରଦର୍ଶନ କରି ଆମଦାମୀ ପାର୍ଟି ପାଖ ପଡୋଶୀ ରାଜ୍ୟରେ ପ୍ରଭାବ ପକାଇବାକୁ ଉଦ୍ୟମ କରିବ । ଶପଥ ସମାରୋହରେ ସାମିଲ ହେବା ପାଇଁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଶପଥପାଠରେ ସାମିଲ ହେବେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା, ସାଂସଦ ସଂଜୟ ସିଂ, ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ରଭାରୀ ରାଘବ ଚଢା ସାମିଲ ହେବେ ବୋଲି ସୂଚନା ମିଳିଛି ।

ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, କ୍ୟାପ୍ଟେନ ଅମରିନ୍ଦର ସିଂ, କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଶପଥ ସମାରୋହରେ ସାମିଲ ପାଇଁ ନିମନ୍ତ୍ରଣ କରାଯାଇଛି ।

Comments are closed, but trackbacks and pingbacks are open.