ଶୁଭ୍ରାଂଶୁ ଶେଖର ମାହୁନ୍ତ
ଗତ ଦୁଇବର୍ଷ ଫିକା ହେଲା ହୋଲି
କରୋନା ବ୍ୟାପିଲା ବୋଲି,
ଅବିର ଦେହରେ ବୋଳି ପାରିଲିନି
ସଂକ୍ରମିତ ହେବ ବୋଲି ।
କରୋନା ରାକ୍ଷସ ଛାଡି ତ ଗଲାନି
ଛୁଇଁବାକୁ ହେଲା ମନା,
ସବୁ ଆଶା ମୋର ମିଳେଇ ତ ଗଲା
ମନ ହୋଇଗଲା ଚୁନା ।
ଏସନ ହୋଲିରେ ଫଗୁ ଅବିରରେ
ଦେବି ମୁଁ ପୁରା ରଙ୍ଗେଇ,
ଭଲପାଇବାର ଜୀବନ ଜୀଇଁବା
ସ୍ନେହ ପ୍ରେମ ଭରି ଦେଇ ।
ହିଂସା କ୍ରୋଧ ଘୃଣା ମନୁ ଦୂର କରି
ପ୍ରେମର ରଙ୍ଗ ଲଗେଇ,
ସଭିଏଁ ହସନ୍ତୁ ଏଇ ଦୁନିଆରେ
କାମନା କରୁଛି ମୁହିଁ
ଗୋଳାପୋଖରୀ, ତିହିଡି,ଭଦ୍ରକ
Comments are closed.